Only for Entertainment

ରଣବୀର ସିଂଙ୍କ ବିବାହ ପୂର୍ବରୁ ଏକ୍ସ ଲଭରଙ୍କ ସହ ଜଲୱା ଦେଖାଇବେ ଦୀପିକା !

boollywood hungama
0 46

ବିଗତ କିଛି ଦିନ ହେବ ବାଜିରାଓ ଏବଂ ମସ୍ତାନୀଙ୍କ ବିବାହ ଖବର ଖୁବ ଚର୍ଚ୍ଚା ଧରିଛି । ରଣବୀର ସିଂଙ୍କ ସହ ବିବାହ ଖବର ପରେ ପୁଣିଥରେ ମସ୍ତାନୀ ଦୀପିକା ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କ ସହ କାମ କରିବା ପାଇଁ ରାଜି ହୋଇଯାଇଛନ୍ତି । ଯଦିଓ ଏକ୍ସ ଲବର୍ସଙ୍କର ଏହି ୟୁନିଅନ କୌଣସି ଫିଲ୍ମରେ ନୁହେଁ ମାତ୍ର ସମାଜର ଏକ ଭଲ ପାଇଁ ଏହି କାମ ଅଟେ ।
ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ସୋସିଆଲ ମିଡିଆ ଜରିଆରେ ଏହା ସେୟାର କରିଛନ୍ତି ।

ମନୀଷ ଦୀପିକା ଏବଂ ରଣବୀରଙ୍କ ଏକ ଫଟୋ ପୋଷ୍ଟ କରି ଜଣାଇଛନ୍ତି ଯେ ଏହି ଦୁଇ କଳାକାର ଏକାସାଙ୍ଗେ ରାମ୍ପରେ ଚାଲିବେ । ସବୁ ବର୍ଷ ବଲିଉଡ କଳାକାରମାନଙ୍କର ଏହି ସୋ ପାଇଁ ବହୁତ ଆଗ୍ରହ ଥାଏ ଏବଂ ଆଗ୍ରହର ସହ ଏମାନେ ସୋ’ରେ ଭାଗ ନିଅନ୍ତି । ପୂର୍ବ ବର୍ଷ ଅନୁଷ୍କା ଶର୍ମା ଏବଂ ଶାହରୁଖ ଖାନ ଏକା ସାଥେ ରାମ୍ପ ୱାକ କରି୍ଥିଲେ । ଏହାପୂର୍ବରୁ ବିଗ ବି, ଶତୃଘ୍ନ ସିନ୍ହା, ଅନୀଲ କପୁର ଏବଂ ଜାବେଦ ଅଖତରଙ୍କ ଭଳି କଳାକାର ନିଜ ନିଜ ଝିଅଙ୍କ ସହ ମିଶି ଏହି ସୋ’ରେ ଭାଗ ନେଇ ସାରିଲେଣି । ଚଳିତ ବର୍ଷ ଏହି ଫଣ୍ଡରେଜର ସୋ’ ୯ଅପ୍ରେଲକୁ ଆୟୋଜନ କରାଯାଇଛି ।

Ranbir-Deepika-rare-pictures (19)_0

ମେଜବା ଫ୍ୟାଶନ ସୋ ୮ବର୍ଷ ହେବ ମେଜବା ୱେଲଫେୟାର ସୋସାଇଟି ଦ୍ୱାରା ଆୟୋଜନ କରାଯାଇଛି । ପ୍ରସିଦ୍ଧ ଉର୍ଦ୍ଦୂ କବି ଏବଂ ଲେଖକ କୈଫି ଆଜମୀ ୧୯୯୩ରେ ଏହି ୱେଲଫେୟଙ୍କର ସ୍ଥାପନା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More