Only for Entertainment

ଅମୀଷାଙ୍କ ଫଟୋକୁ ନେଇ ମିକାଙ୍କ ରି ଟ୍ୱିଟ । ଜବରଦସ୍ତ କ୍ଲାସ ନେଲେ ଫ୍ୟାନ୍ସ ।

aajtak
0 48

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ରବିବାର ଦିନ ଏକ ବିକିନି ଫଟୋ ସେୟାର କରିଥିଲେ । ଫଟୋରେ ଅମିଷା ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ । ଅମିଷାଙ୍କ ଏହି ବୋଲ୍ଡ ଅନ୍ଦାଜରେ ଗାୟକ ମିକା ମଧ୍ୟ ବୋଲ୍ଡ ହୋଇଗଲେ ଏବଂ ଫଟୋରେ କମେଂଟ ନ ଦେଇ ରହି ପାରିଲେ ନାହିଁ । କିନ୍ତୁ ତାଙ୍କ ଫ୍ୟାନ୍ସ ମିକାଙ୍କର ଜବରଦସ୍ତ କ୍ଲାସ ନେଇଛନ୍ତି । ଜଣେ ଫ୍ୟାନ୍ସ ଲେଖିଥିଲେଯେ ରାକ୍ଷୀ ସାୱନ୍ତ କଥା ଭୁଲି ଯାଇଛକି । ଅବଶ୍ୟ କେହି କେହି ଅମିଷାଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି ।
ବାସ୍ତବରେ ଅମିଷା ସ୍ୱିମିଙ୍ଗପୁଲରେ ଏକ ବିକିନି ପିନ୍ଧିଥିବାର ଫଟୋ ସେୟାର କରିଥିଲେ । ସେହି ଟ୍ୱିଟରେ ରି ଟ୍ୱିଟ କରି ମିକା ଲେଖିଥିଲଯେ ମୁଁ ବି ଜଏନ କରିବାକୁ ଚାହୁଁଛି । ଏହି କଥାରେ ଫ୍ୟାନ୍ସ ରାଗି ଯାଇଥିଲେ ଏବଂ ତାଙ୍କୁ ଟ୍ରୋଲ କରିବାକୁ ପଛଘୁଂଚା ଦେଇ ନଥିଲେ ।

ଏହା ପୂର୍ବରୁ କିଛି ବର୍ଷ ପୂର୍ବରୁ ମିକା ସିଂ ରାକ୍ଷୀ ସାୱନ୍ତଙ୍କ ପାର୍ଟିରେ ନିଜ ବ୍ୟବ୍ୟହାର ପାଇଁ ଚର୍ଚ୍ଚାରେ ରହିଥିଲେ । ରିପୋର୍ଟ ଅନୁସାରେ ପାର୍ଟିରେ ମିକା ରାକ୍ଷୀଙ୍କୁ ଜବରଦସ୍ତି କିସ କରିଥିଲେ । ମିକାଙ୍କ ଏହି ବ୍ୟବହାରରେ ରାକ୍ଷୀ ତାଙ୍କ ବିରୁଦ୍ଧରେ ଯୌନ ଉତ୍ପିଡ଼ନ କେସ ମଧ୍ୟ କରିଥିଲେ । କିନ୍ତୁ ପରେ ଏହାକୁ ଫେରାଇ ନେଇଥିଲେ ।

 


ଯଦିଓ ଅମିଷା ଫିଲ୍ମ ଠାରୁ ନିଜକୁ ଦୂରେଇ ରଖିଛନ୍ତି ତଥାପି ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହିଥାନ୍ତି । କେତେକ ଫଟୋକୁ ନେଇ ଟ୍ରୋଲ ମଧ୍ୟ ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More