Only for Entertainment

‘କଂଟ୍ରୋଭର୍ସି କିଙ୍ଗ’ ମିକା ସିଂ, ଥରେ ବିବାଦ ପାଇଁ ଜେଲ ଯିବାକୁ ପଡ଼ିଥିଲା ।

32

ପପୁଲାର ସିଙ୍ଗର ମିକା ସିଂ ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ମିକା ସିଂ ପ୍ରସିଦ୍ଧ ଗାୟକ ଦଲେର ସିଂ’ଙ୍କ ଭାଇ । ତାଙ୍କର ପ୍ରକୃତ ନାମ ଅମରିକ ସିଂ । ସେ ତାଙ୍କ ମଧୁର ଗାୟିକିରେ ସମସ୍ତଙ୍କ ହୃଦୟକୁ କିଣି ନେଇଛନ୍ତି । ଗୀତ ବ୍ୟତୀତ ମିକା ସିଂ ବିଭିନ୍ନ ବିବାଦକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ।

ଋାକ୍ଷୀ ସାୱନ୍ତଙ୍କ ସହିତ କିସ ବିବାଦ ଆଜି ମଧ୍ୟ ଲୋକଙ୍କ ଚର୍ଚ୍ଚାର ବିଷୟ ସାଜେ । ୨୦୦୬ରେ ତାଙ୍କ ଜନ୍ମଦିନରେ ସେ ସମସ୍ତଙ୍କ ସାମ୍ନାରେ ରାକ୍ଷୀ ସାୱନ୍ତଙ୍କ ସହିତ ଲିପଲକ କରିଥିଲେ । ଏହି କଥାକୁ ନେଇ ରାକ୍ଷୀ କୋର୍ଟ ପର୍ଯ୍ୟନ୍ତ ପହଂଚିଥିଲେ ।

ଏକ ଲାଇଭ ଇଭେଂଟରେ ଜଣେ ଡାକ୍ତରଙ୍କୁ ଚାପୁଡ଼ା ମଧ୍ୟ ମାରି ଦେଇଥିଲେ ମିକା । ସେ ହିଟ ଆଣ୍ଡ ରନ କେସରେ ମଧ୍ୟ ଫସି ସାରିଛନ୍ତି । ୨୦୦୪ରେ ଜଣେ ଅଟୋ ରିକ୍ସାକୁ ଧକ୍କା ମାରିବାର ଅଭିଯୋଗ ଲାଗିଥିଲା । ଏହା ଦ୍ୱାରା ଅଟୋରେ ଥିବା ଗ୍ରାହକଙ୍କୁ ଆଘାତ ଲାଗିଥିଲା ।

କଷ୍ଟମ ଚୋରି କରିବା ଅଭିଯୋଗ ମଧ୍ୟ ମିକାଙ୍କ ନାମରେ ହୋଇସାରିଛି । ବିଦେଶରୁ ଆସିବା ସମୟରେ ତାଙ୍କ ନିକଟରେ ଅବାଶ୍ୟକତା ଠାରୁ ଅଧିକ ବିଦେଶୀ ମୂଦ୍ରା ଥିଲା । ଏଥିପାଇଁ ସେ ଗିରଫ ହୋଇଥିଲେ ।

ଗତ ବର୍ଷ ଜଣେ ମଡେଲଙ୍କ ଯୌନ ଶୋଷଣ ଅଭିଯୋଗ ମଧ୍ୟ ଲାଗିଥିଲା । ନାବାଳିକା ମଡେଲକୁ ଅଶ୍ଲୀଳ ଫଟୋ ପଠାଇବାର ଅଭିଯୋଗ ଲାଗିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା ।

କ୍ୟାରିଅର କଥା କହିବା ଯଦି ପ୍ରଥମେ ମିକା କୀର୍ତ୍ତନ ଗାଉଥିଲେ । ୧୯୯୮ରେ ସାୱନ ମେ ଲଗ ଗଇ ଆଗ ରେ ତାଙ୍କୁ ପରିଚୟ ମିଳିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More