Only for Entertainment

ମିକା ସିଂ’ଙ୍କ ପାର୍ଟିରେ ମନୋରଂଜନ କଲେ କମେଡିଆନ କପିଲ ।

24

ନିକଟରେ ଗାୟକ ମିକା ସିଂ ତାଙ୍କ ଘରେ ଏକ ପାର୍ଟି ରଖିଥିଲେ । କିନ୍ତୁ ପାର୍ଟିର ସେଂଟର ଅଫ ଆଟ୍ରାକ୍ସନ ଥିଲେ କପିଲ ଶର୍ମା । ପାର୍ଟିରେ କପିଲ ଶର୍ମା ଗୀତ ଗାଇଲେ । କପିଲଙ୍କ ବ୍ୟତୀତ ରାଜୀବ ଠାକୁର, କନିକା କପୂର,ଜସବୀର ଜସ୍ସିଙ୍କ ସହିତ କେତେକ ଲୋକ ସାମିଲ ଥିଲେ । ସମସ୍ତେ ପାର୍ଟିକୁ ଖୁବ ଉପଭୋଗ କଲେ ।

 

କପିଲ ଶର୍ମାଙ୍କ ଫ୍ୟାନକ୍ଲବରେ ଭିଡ଼ିଓ ଶେୟାର କରାଯାଇଛି । ଏହି ଭିଡ଼ିଓରେ କପିଲ ଜଗଜିତଙ୍କ ଗୀତ ଚିଠି ନା କୋଇ ସନ୍ଦେଶ ଗାଉଛନ୍ତି । ସେହି ସମୟରେ ମିକା ସିଂ ଗିଟାର ବଜାଉଛନ୍ତି । ଏହା ବ୍ୟତୀତ କପିଲ ଅନ୍ୟ କେତେକ ଗୀତ ମଧ୍ୟ ଗାଇଛନ୍ତି । ସମସ୍ତେ ସାୟରୀର ମଧ୍ୟ ମଜା ନେଲେ । ପାର୍ଟି ପରେ ମିକା ସିଂ ଇଂଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More