Only for Entertainment

ମିକାଙ୍କୁ ମହଙ୍ଗା ପଡ଼ିଲା ପାକିସ୍ତାନରେ ଗୀତ ଗାଇବା, ବ୍ୟାନ୍ କଲା ଅଲ୍ ଇଣ୍ଡିଆ ସିନେ ୱାର୍କସ୍ ଆସୋସିଏସନ୍

207

ପଞ୍ଜାବୀ ପପ୍ ଗାୟକ ମିକା ସିଂହଙ୍କୁ ପାକିସ୍ତାନରେ ସଂଗୀତ ପରିବେଷଣ କରିବା ମହଙ୍ଗା ପଡିଛି । ପାକିସ୍ତାନରେ ଗୀତ ଗାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଭାରତରେ ଖୁବ୍ ଆଲୋଚନା ହୋଇଛି । ବର୍ତ୍ତମାନ ଅଲ୍ ଇଣ୍ଡିଆ ସିନେ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ମିକାଙ୍କ ଉପରେ ବ୍ୟାନ୍ ଲଗାଯାଇଛି । ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ମିକା ସିଂହଙ୍କ ଏହି ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିପାଇଁ ତାଙ୍କ ଅଡୁଆ ଅଧିକ ବଢିଯାଇଥିଲା ।

ଏକ ଖବରକାଗଜ ମୁତାବକ , ସଂଘ ତରଫରୁ କୁହାଯାଇଛି ଯେ ସେ କାହାରିକୁ ବି ମିକା ସିଂହଙ୍କ ସହ କାମ କରିବା ପାଇଁ ଅନୁମତି ଦେବେ ନାହିଁ । ଏହାସଙ୍ଗେ ସଂଘ ପକ୍ଷରୁ ଏହି ମାମଲାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଆସୋସିଏସନ୍ ମିକା ସିଂହଙ୍କ ଉପରେ ବ୍ୟାନ୍ ଲଗାଇବା ସହ ତାଙ୍କର ବହିଷ୍କାର କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

 

ଟଙ୍କା ପାଇଁ ପାକିସ୍ତାନ ମାଟିରେ ଗୀତ ଗାଇବାକୁ ଆସୋସିଏସନ୍ ତରଫରୁ ଦୃୃଢ ନିନ୍ଦା କରାଯାଇଛି । ମିକାଙ୍କ ଉପରେ ଅଭିଯୋଗ ଆସିଛି ଯେ ସେ ପାକିସ୍ତାନର କରାଚୀ ଯାଇ ସେଠାରେ ଜଣେ କୋଟିପତିଙ୍କ ବିବାହରେ ବଲିଉଡ୍ ଗୀତ ଗାଇଥିଲେ । ସେ ପାକ୍ ପୂର୍ବ ରାଷ୍ଟ୍ରପତି ପରବେଜ୍ ମୁଶରଫ୍ ଙ୍କ ସଂପର୍କୀୟଙ୍କ ଘରେ ପ୍ରୋଗ୍ରାମ୍ କରିଥିଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ମିକାଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଭିଡିଓରେ ମିକାଙ୍କୁ ଗୀତ ଗାଇବା ସହ ଅତିଥିଙ୍କ ସହ ନାଚୁଥିବାର ମଧ୍ୟ ଦେଖାଯାଉଛି । ଏହି ଭିଡିଓ କାରଣରୁ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ତର୍କବିତର୍କ ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ ଅଗଷ୍ଟ ୮ ତାରିଖରେ ମିକା ୧୪ ଜଣିଆ ଟିମ୍ ନେଇ ପାକ୍ ଗସ୍ତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More