Only for Entertainment

୫୨ ବର୍ଷୀୟ ମିଲିନ୍ଦ ଏବଂ ୨୭ ବର୍ଷୀୟ ଅଙ୍କିତାଙ୍କ ବିବାହକୁ ନେଇ ଚର୍ଚ୍ଚା, ଚଳିତ ମାସରେ କରି ପାରନ୍ତି ବିବାହ ।

Eventznu
0 36

ପ୍ରେମ ବୟସ ସୀମା ମାନେ ନାହିଁ । କେତେବେଳେ କାହା ସହିତ ପ୍ରେମ ହୁଏ ତାହା କେହି କହିପାରିବେ ନାହିଁ । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବଲିଉଡ ଅଭିନେତା ମିଲିନ୍ଦ ସୋମନ ଏବଂ ଅଙ୍କିତା କୋୱରଙ୍କ ମଧ୍ୟରେ । ଦୁହିଁଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଅଙ୍କିତା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ ଯାହାକୁ ଦେଖ ଦୁହେଁ ନିର୍ବନ୍ଧ କରିସାରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଦୁହେଁ ଖୁବ ଶୀର୍ଘ ବିବାହ କରିବେ ବୋଲି ଏବେ ଶୁଣିବାକୁ ମିଳୁଛି ।

mi

ଖବର ଅନୁସାରେ ଦୁହେଁ ନିଜ ସମ୍ପର୍କକୁ ବିବାହର ରୂପ ହେବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ଏପରି କି ବିବାହ ତାରିଖ ମଧ୍ୟ ଡିସାଇଡ ହୋଇସାରିଛି । ଖବର ଅନୁସାରେ ଦୁହେଁ ୨୧ ଏପ୍ରିଲରେ ବିବାହ କରିପାରନ୍ତି ।

ତେବେ ଦୁହିଁଙ୍କ ବୟସ ପାର୍ଥକ୍ୟ ସବୁଠାରୁ ଚର୍ଚ୍ଚାରେ ରହିଛି । ମିଲିନ୍ଦଙ୍କୁ ୫୨ ବର୍ଷ ହୋଇଥିବା ବେଳେ ଅଙ୍କିତାଙ୍କୁ ୨୭ ବର୍ଷ ହୋଇଛି । ଅଙ୍କିତା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା ଫଟୋରେ ଦୁହେଁ ପରସ୍ପରର ହାତ ଧରିଥିବା ନଜର ଆସିଛି । ଏହି ଫଟୋରେ ଅଙ୍କିତାଙ୍କ ହାତରେ ଥିବା ମୁଦିକୁ ଦେଖି ଦୁହେଁ ନିର୍ବନ୍ଧ କରିସାରିଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

 

ବିବାହ ପାଇଁ ମିଲିନ୍ଦ ଅଙ୍କିତାଙ୍କ ପରିବାର ସହିତ ସାକ୍ଷାତ କରିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଙ୍କିତାଙ୍କ ପରିବାର ପ୍ରଥମେ ଏହି ବିବାହ ପାଇଁ ରାଜି ହୋଇନଥିଲେ କିନ୍ତୁ ମିଲିନ୍ଦଙ୍କୁ ଦେଖିବାପରେ ତାଙ୍କ ବ୍ୟବହାର ସେ ଖୁସି ହୋଇ ବିବାହ ପାଇଁ ଅନୁମତି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More