Only for Entertainment

ବିବାହ ବନ୍ଧନରେ ବାନ୍ଧି ହେଲେ ମିଲିନ୍ଦ-ଅଙ୍କିତା, ସାମ୍ନାକୁ ଆସିଲା ବିବାହର ଫଟୋ

zee news
0 64

କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ନା ବୟସ ଦେଖେ ନା ଜାତି ନା ଧର୍ମ । ଏହାକୁ ପ୍ରମାଣିତ କରିଛନ୍ତି ମିଲିନ୍ଦ-ଅଙ୍କିତା । ପରି ଶେଷରେ ବଲିଉଡ ଅଭିନେତା ମିଲିନ୍ଦ ସୋନମ ତାଙ୍କଠାରୁ ୨୫ ବର୍ଷ ଛୋଟ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ବିବାହ କରିଛନ୍ତି । ରବିବାର ସକାଳେ ଦିହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହିଁଙ୍କ ବିବାହର ଫଟୋ ସାମ୍ନାକୁ ଆସିବା ପରେ ଏହା ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି ।

ନିକଟରେ ଦୁହିଁଙ୍କ ବ୍ରେକଅପର ଖବର ସାମ୍ନାକୁ ଆସିଥିଲା ମାତ୍ର ଏହାକୁ ମିଥ୍ୟା ପ୍ରମାଣିତ କରିଛନ୍ତି ଏହି ପ୍ରେମୀ ଯୁଗଳ । ଦୁହେଁ ମହାରାଷ୍ଟ୍ରର ରିତି ନିତିରେ ବିବାହ କରିଛନ୍ତି । ବିବାହ ଉତ୍ସବରେ କିଛି ଘନିଷ୍ଠ ବନ୍ଧୁଙ୍କ ବ୍ୟତିତ ପରିବାର ଲୋକ ଉପସ୍ଥିତ ଥିଲେ ।

ଦେଖନ୍ତୁ ବିବାହର କିଛି ଫଟୋ ଏବଂ ଭିଡିଓ…

ଏହା ପୂର୍ବରୁ ଦୁହିଁଙ୍କ ମହେନ୍ଦୀ ଏବଂ ସଙ୍ଗୀତର ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More