Only for Entertainment

୭୨ ତମ ସ୍ୱାଧୀନତା ଦିବସରେ ୭୨ କିଲୋମିଟର ଦୌଡିଲେ ମିଲିନ୍ଦ ସୋନମ, ଇଣ୍ଡିଆ ଗେଟରେ ପୁରା କଲେ ରେସ ।

aajtak
0 46

ଫିଲ୍ମ ଅଭିନେତା ଏବଂ ମଡେଲ ମିଲିନ୍ଦ ସୋନମ ସ୍ୱାଧୀନତା ଦିବସକୁ ଏକ ଭିନ୍ନ ଅନ୍ଦାଜରେ ପାଳନ କରିଛନ୍ତି । ଏହା ସହିତ ନିଜ ଫ୍ୟାନମାନଙ୍କୁ ସୁସ୍ଥ ରହିବାର ସନ୍ଦେଶ ମଧ୍ୟ ଦେଇଛନ୍ତି । ମିଲିନ୍ଦ ୭୨ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ରାଜଧାନୀ ଦିଲ୍ଲୀରେ ୭୨ କିଲୋମିଟର ଦୌଡିଥିଲେ । ଇଣ୍ଡିଆ ଗେଟରେ ଏହି ଦୈଡ ସେ ଶେଷ କରିଥିଲେ ।

ଏହାକୁ ନେଇ ମିଲିନ୍ଦ କହିଛନ୍ତି, ‘ସୁସ୍ଥ ରହିବା ପାଇଁ କସରତ କରିବାର ସ୍ୱଧୀନତା ସମସ୍ତଙ୍କର ରହିବା ଦରକାର । ଏବଂ ଏହି ସନ୍ଦେଶକୁ ଖେଳାଇବା ମହତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଦିନ କିଛି ସମୟ ଫିଟନେସ ଏବଂ ସ୍ୱାସ୍ଥ୍ୟକୁ ଦେବା ଆବଶ୍ୟକ ।’

 

ଏହି ଦୈଡର ଆୟୋଜନ ୟୁନାଇଟେଡ ସିଷ୍ଟର୍ସ ତରଫରୁ ବଜାଜ ଇଲେକ୍ଟ୍ରିକଲ୍ସ ପିଙ୍କଥାନ ଦିଲ୍ଲୀର ଷଷ୍ଠ ସସ୍କରଣକୁ ଉତ୍ସାହିତ କରିବା ପାଇଁ କରାଯାଇଥିଲା । ଏହି ଦୈଡରେ ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧି ଭାଗ ନେଇଥିଲେ । ଏହାର ଉଦ୍ଦେଶ୍ୟ ମହିଳାମାନଙ୍କର ଉତ୍ସାହ ବଢିବା ସହିତ ସେମାନଙ୍କୁ ସଶକ୍ତ କରାଇବା ।

ମିଲିନ୍ଦ ତାଙ୍କର ଏକ ବୟାନରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେବା ସହିତ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ ଭାବେ ନେବା ପାଇଁ କହିଥିଲେ । ଏହା ସହିତ ସେ କହିଥିଲେ ୭୨ କିଲୋମିଟର ଦୈଡ କେବଳ ସ୍ୱାଧୀନତା ଦିବସ ପାଇଁ ନୁହେଁ ବରଂ କସରତ କରିବାର ସ୍ୱାଧୀନତା ପାଇଁ । ତେଣୁ ପ୍ରତ୍ୟେକଦିନ ୩୦-୪୦ ମିନିଟ ଫଟନେସ ଦେବା ପାଇଁ ଦରକାର ବୋଲି ସେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More