Only for Entertainment

ପତ୍ନୀ ଅଙ୍କିତାଙ୍କ ସହିତ ଖୁବ ଝୁମିଲେ ମିଲିନ୍ଦ ସୋନମ, ଭାଇରାଲ ହେଲା ଭିଡିଓ

zee news
22

ମଡେଲରୁ ଅଭିନେତା ହୋଇଥିବା ମିଲିନ୍ଦ ସୋନମ ଏବେ ନିଜ ଫିଟନେଓ ପାଇଁ ଖୁବ ଚର୍ଚ୍ଚାରେ । ମିଲିନ୍ଦ ଓ ତାଙ୍କ ପତ୍ନୀ ଅଙ୍କିତାଙ୍କ ଟ୍ରାଭେଲ ଓ ଫିଟନେସ ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଥାଏ । ନିକଟରେ ଦୁହିଁଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କୌଣସି ଫିଟନେଓ ଭିଡିଓ ନୁହେଁ ବରଂ ଦୁହିଁଙ୍କର ଏକ ଫୋକ ଡ୍ୟାନ୍ସ ଭିଡିଓ । ଏହି ଭିଡିଓକୁ ଅଙ୍କିତା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

 

 

View this post on Instagram

 

The time when @milindrunning tried #bihu 😍 . . #axomiya #pinkathon #guwahati #mekhelasador #bihudance #wednesdayvibes

A post shared by Ankita Konwar (@ankita_earthy) on

ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଙ୍କିତା ଏବଂ ମିଲିନ୍ଦ ସୋନମ ବୀହୁ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଅଙ୍କିତା ଖୁବ ନିଖୁଣ ଭାବେ ଆସାମର ଏହି ଫୋକ ଡ୍ୟାନ୍ସକୁ ପରଫମ କରୁଥିବା ବେଳେ ମିଲିନ୍ଦ ଅଙ୍କିତାଙ୍କ ଷ୍ଟେପକୁ କପି କରୁଥିବାର ନଜର ଆସିଛି । ଏହି ଡ୍ୟାନ୍ସ ଭିଡିଓରେ ପତି ପତ୍ନୀଙ୍କ କ୍ୟୁଟ ଅନ୍ଦାଜ ଦେଖିବାକୁ ମିଳିଛି । ଗୌହାଟୀର ଏକ ଇଭେଣ୍ଟରେ ଦୁହେଁ ଏହି ଡ୍ୟାନ୍ସ ପରଫମାନ୍ସ ଦେଇଥିଲେ ।

କହିରଖୁଛୁ ଯେ, ୫୩ ବର୍ଷ ବୟସ୍କ ମିଲିନ୍ଦ ସୋନମ ଗତ ବର୍ଷ ୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ କରିଥିଲେ । ଏହି କପଲଙ୍କ ବୟସ ତାରତମ୍ୟ ପାଇଁ ଏହି ବିବାହ ସେତେବେଳେ ଖୁବ ଚର୍ଚ୍ଚାରେ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More