Only for Entertainment

ସାମ୍ନାକୁ ଆସିଲା ମିଲିନ୍ଦ-ଅଙ୍କିତା ମେହେନ୍ଦୀ ସମାରୋହର ଫଟୋ, ଆଜି ରାତିରେ ହେବ ବିବାହ

zee news
0 57

ଅଭିନେତା ଏବଂ ମଡେଲ ମିଲିନ୍ଦ ସୋନମ ନିଜ ଗର୍ଲଫେଣ୍ଡ ଅଙ୍କିତା କୋନୱାର ସହିତ ବିବାହ କରିବାକୁ ଯାଉଛନ୍ତି । ନିକଟରେ ଦୁହିଁଙ୍କ ବେକ୍ରଅପର ଖବର ସାମ୍ନାକୁ ଆସିଥିଲା । ତେବେ ଏହି ଖବରକୁ ମିଛ ପ୍ରମାଣିତ କରି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ମିଲିନ୍ଦ ଏବଂ ଅଙ୍କିତାଙ୍କ ପ୍ରି- ୱେଡିଂ ସେରେମୋନିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ ମିଲିନ୍ଦ ଏବଂ ଅଙ୍କିତା ମେହେନ୍ଦୀ ସମାରୋହର ଶନିବାର ଦିନ ଆଲିବାଗରେ ଶେଷ ହୋଇଛି । ମେହେନ୍ଦୀର କିଛି ଫଟୋକୁ ମିଲିନ୍ଦଙ୍କ ବନ୍ଧୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

#celebrations? #milindwedding

A post shared by Anju Kp (@anjubangalore) on

ଖବର ଅନୁସାରେ ଦୁହିଁଙ୍କ ପରିବାର ଏହି ସପ୍ତାହରେ ଆଲିବାଗରେ ପହଁଚିଥିଲେ । ଏହା ସହିତ ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁଙ୍କ ସମେତ ପରିବାର ଲୋକ ଉପସ୍ଥିତ ରହିବେ । ଦୁହିଁଙ୍କ ବିବାହ ଆଜି ରାତିରେ ଆଲିବାଗ ଠାରେ ଅନୁଷ୍ଠିତ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More