ଖରାଦିନେ ଶରୀରକୁ ଥଣ୍ଡା ରଖିଥାଏ ଏହି ପାନୀୟ, ଘରେ କରନ୍ତୁ ପ୍ରସ୍ତୁତ !
ଗରମ ଦିନେ ସବୁଠାରୁ ଅଧିକ ଯଦି କଛି ଭଲ ଲାଗେ ତାହା ହେଉଛି ଥଣ୍ଡା ଥଣ୍ଡା ପାନୀୟ। ଯାହାଫଳରେ ଗରମ କମ୍ ଲାଗିବା ସହ ଗଳା ଶୁଖି ନ ଥାଏ। ଯଦି ଆପଣ ମଧ୍ୟ ଏମିତି କିଛି ପାନୀୟ ସେବନ କରିବାକୁ ଚାହୁଛନ୍ତି, ତେବେ ଦୋକାନରୁ ନ କିଣି ଘରେ ନିଜେ ତିଆରି କରନ୍ତୁ ସ୍ବାଦିଷ୍ଟ ଏବଂ ସ୍ବାସ୍ଥ୍ୟକର ଡ୍ରିଙ୍କସ୍।
ମିଣ୍ଟ ଲେମନ୍ ପଞ୍ଚ
ଖରାଦିନେ ପିଇବା ଲାଗି ମିଣ୍ଟ ଲେମନ୍ ପଞ୍ଚ ଏକ ଉପଯୁକ୍ତ ପାନୀୟ। ଲେମ୍ବୁ ଓ ପୁଦିନାର ବାସ୍ନା ଆପଣଙ୍କ ଶୋଷକୁ ନିମିଷକେ ମେଣ୍ଟାଇ ଦେବ।
ଆବଶ୍ୟକୀୟ ସାମଗ୍ରୀ
୧୦୦ ଗ୍ରାମ୍ ପୁଦିନା, ୭୦ ଗ୍ରାମ୍ ଚିନି, ୧ ଟି ଲେମ୍ବୁ, ଦରକାର ଅନୁସାରେ ବରଫ ଖଣ୍ଡ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗ୍ରାଇଣ୍ଡର ଜାର୍ରେ ପୁଦିନା, ଲୁଣ, ଚିନି ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ୨ ମିନିଟ୍ ପାଇଁ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ସମସ୍ତ ସାମଗ୍ରୀ ଭଲ ଭାବେ ମିଶିଗଲା ପରେ ଗ୍ରାଇଣ୍ଡର ବନ୍ଦ କରନ୍ତୁ। ଏହି ମିଶ୍ରଣକୁ ଏକ କାଚ ଗ୍ଲାସ୍କୁ ବାହାର କରନ୍ତୁ। ଏଥିରେ ଲେମ୍ବୁ ଚିପୁଡ଼ି ବରଫ ଖଣ୍ଡ ମିଶାଇ ପିଅନ୍ତୁ।