ମୁମ୍ବାଇ ସ୍ଥିତ ସମୁଦ୍ର ପାଖରେ ଘର କିଣିଲେ ସାହିଦ କାପୁର ଏବଂ ମୀରା !
ବଲିଉଡ ମୋଷ୍ଟ ହ୍ୟାଣ୍ଡସମ ଆକ୍ଟର ସାହିଦ କପୁର । ଯିଏ କି ଏବେ ମାୟାନଗରୀ ମୁମ୍ବାଇରେ କିଣିଛନ୍ତି ନିଜର ସ୍ୱପ୍ନର ଘର । ପାଖାପାଖି ୫୬ କୋଟିର ଏକ ଆପାର୍ଟମେଂଟ କିଣିଛନ୍ତି ସାହିଦ । ଅପ୍ସକେଲ ବର୍ଲିି ସ୍ଥିତ ତାଙ୍କର ଏହି ଆପାର୍ଟମେଂଟର ଦାମ ୫୫ କୋଟି ୬୦ ଲକ୍ଷ ହୋଇଥିବା ବେଳେ ଏଥିପାଇଁ ସରକାରଙ୍କୁ ଷ୍ଟେମ୍ପ ଡ୍ୟୁଟି ବାବଦକୁ ୨ କୋଟି ୯୧ ଲକ୍ଷ ଟଙ୍କା ଦେଇଛନ୍ତି । ସାହିଦ କପୁରଙ୍କ ଏହି ଆପାର୍ଟମେଂଟ ଟି ୪୨ ଏବଂ ୪୩ ମଂଜିଲ ରେ ଅବସ୍ଥାପିତ ।
ଯେମିତି ସମସ୍ତଙ୍କୁ ଜଣାଅଛି ଯେ ସାହିଦଙ୍କ ଝିଅ ମିଶା ଜନ୍ମ ହେବାପରେ ଏବେ ତାଙ୍କର ଘରେ ଆଉ ଏକ ସଦସ୍ୟର ଆଗମନ ହେବାକୁ ଯାଉଛି । ଏବେ ପୁଣିଥରେ ମା ହେବାକୁ ଯାଉଛନ୍ତି ସାହିଦଙ୍କ ପତ୍ନୀ ମିରା ରାଜପୁତ । ଫିଲ୍ମ ଉପରେ ଯଦି ସାହିଦ କପୁରଙ୍କ କଥା କହିବେ ତେବେ ଖୁବ ଶୀଘ୍ର ସାହିଦ ଫିଲ୍ମ ବତି ଗୁଲ ମିଟର ଚାଲୁରେ ନଜର ଆସିବେ ।
ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମ ପଦ୍ମାବତ ପାଇଁ ସାହିଦଙ୍କୁ ପୂର୍ବରୁ ଅନେକ ପ୍ରଂଶସା ମିଳିଥିବା ବେଳେ ଏବେ କେବଳ ଅପେକ୍ଷା ବାକି ରହିଲା ଯେ ଆଗକୁ ସାହିଦ କଣ କମାଲ କରୁଛନ୍ତି ।