Only for Entertainment

କବୀର ସିଂ ଦେଖି ଭାବୁକ ହେଲେ ମୀରା, ସ୍ୱାମୀ ଶାହିଦଙ୍କୁ କହିଲେ – ‘ବେବୀ ଅବ ୱକ୍ତ ଆ ଗୟା ହେ’ !

47

ବଲିଉଡ ଅଭିନେତା ଶାହିଦ କପୂର ଏବଂ କିଆରା ଆଡବାଣୀ ଷ୍ଟାରର ଫିଲ୍ମ କବୀର ସିଂ ଆଜି ରିଲିଜ ହୋଇଛି । ଦର୍ଶକ ଫିଲ୍ମକୁ ଖୁବ ପ୍ରଶଂସା କରିବାରେ ଲାଗିଛନ୍ତି । ସେହିଭଳି ଦର୍ଶକଙ୍କ ସହ ପତ୍ନୀ ମଧ୍ୟ ସୋସିଆଲ ମିଡିଆରେ ସ୍ୱାମୀଙ୍କୁ ଇମୋସନାଲ ପୋଷ୍ଟ କରିଛନ୍ତି ।

ମୀରା ନିଜ ସୋସିଆଲ ମିଡିଆ ଅକାଉଂଟରେ କବୀର ସିଂରେ ଶାହିଦଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି ଯେ ‘ଆଜମାନେ ଆଜମାଲେ ରୁଠତା ନେହିଁ ଫାସଲୋ ସେ ହୋସଲା ଟୁଟତା ନେହିଁ’ । ଏହା ଲେଖି ଶାହିଦଙ୍କ ଉପରେ ସେ ଗର୍ବ ଅନୁଭବ କରିଛନ୍ତି । ସେ ଫିଲ୍ମ ସମେତ କିଆରା ଏବଂ ନିର୍ଦ୍ଦେଶକଙ୍କୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କବୀର ସିଂ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ ଅଟେ । ଯାହାକୁ ସନ୍ଦୀପ ହିଁ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ କବୀର ସିଂରେ ଶାହିଦ ନିଶାଗ୍ରସ୍ତ, ଜିଦ୍ଧି ଏବଂ ପାଗଳ ପ୍ରେମୀ ଭୂମିକାରେ ନଜର ଆସିବେ ।

ଫିଲ୍ମରେ କିୟାରା ଆଡବାଣୀ ଶାହିଦଙ୍କ ପ୍ରେମିକା ଭୂମିକାରେ ନଜର ଆସିଛନ୍ତି । କବୀର ସିଂ ତେଲୁଗୁ ହିଟ ଅର୍ଜୁନ ରେଡ୍ଡୀର ହିନ୍ଦୀ ରିମେକ ଅଟେ । ଅର୍ଜୁନ ରେଡ୍ଡୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି କାରଣରୁ କବୀର ସିଂକୁ ନେଇ ଲୋକଙ୍କ ମନରେ କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର କୁ ମଧ୍ୟ ଖୁବ ରେସପନ୍ସ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More