ବଲିଉଡ ଅଭିନେତା ଶାହିଦ କପୂରଙ୍କ ପତ୍ନୀ ମୀରା ରାଜପୁତଙ୍କ ଉପରେ ସବୁବେଳେ ପାପାରାଜିଙ୍କ ନଜର ରାହିଥାଏ । ସେହିଭଳି ମୀରା ଶାହିଦଙ୍କୁ ବିବାହ କରିବା ପରେ ଏବେ ସୋସିଆଲ ମିଡିଆରେ ସେ ମଧ୍ୟ ଷ୍ଟାର ହୋଇଗଲେଣି । ଇନଷ୍ଟାଗ୍ରାମରେ ମୀରାଙ୍କର ୧ମିଲିୟନରୁ ଅଧିକ ଫଲୋର୍ସ ରହିଛନ୍ତି । କିଛି ଦିନ ପୂର୍ବେ ମୀରା ଏକ ଟିଭି ବିଜ୍ଞାପନରେ କାମ କରିବା କଥା ଏକ ଅଫବାହ ସାମ୍ନାକୁ ଆସିଥିଲା କିନ୍ତୁ ଏବେ ମୀରା ନିଜେ ଏହି ବିଷୟ ଖଣ୍ଡନ କରି ନିଜର ପ୍ରଥମ ଟିଭି କମର୍ସିଆଲ ବିଜ୍ଞାପନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଅସଲରେ ମୀରା ପ୍ରଥମ କମର୍ସିଆଲ ବିଜ୍ଞାପନ ସ୍କିନ କେୟାର ବ୍ରାଣ୍ଡ ଓଲେରେ କରିଛନ୍ତି । ମୀରାଙ୍କ ଦ୍ୱାରା ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ଏବଂ ତାଙ୍କୁ କମେଂଟରେ ଜଣେ ଗୁଣବତ୍ତା ମା ବୋଲି କହିଛନ୍ତି ।ଏଠାରେ ଆମେ କହି ରଖୁଛୁ ଯେ ଏହି ଭିଡିଓକୁ ଶେୟାର କରି ମୀର ଲେଖିଛନ୍ତି ‘ମା ହେବା ଅର୍ଥ ନୁହେଁ ଯେ ଆପଣ ନିଜକୁ ଭୂଲି ଯିବେ ।’ସେ ଓଲେ ସ୍କିନ ଟ୍ରାନ୍ସଫରମେସନ ୨୮ଦିନର ଚ୍ୟାଲେଂଜ ନେଇଛନ୍ତି ଏବଂ ଏହା ତାଙ୍କ ଦ୍ୱିତୀୟ ଜନ୍ମର କାହାଣୀ ଥିବା କହିଛନ୍ତି ।
ଭିଡିଓ ବିଷୟରେ କହିବାକୁ ଗଲେ ଏଥିରେ ମୀରା ସବୁଥର ଭଳି ଖୁବ ସୁନ୍ଦର ଦିଶୁଛନ୍ତି । ମୀରାଙ୍କ ଏହି ବିଜ୍ଞାପନରେ ଶାହିଦ କପୂର ମଧ୍ୟ କମେଂଟ କରିବାକୁ ପଛାଇ ନାହାନ୍ତି । କମେଂଟରେ ଲେଖିଛନ୍ତି ‘ହୁ ଇଜ ଦିସ ଷ୍ଟନର’ । ଏହିଭଳି ଅନେକ ବଲିଉଡ କଳାକାର ତାଙ୍କର ଏହି ପୋଷ୍ଟକୁ ପସନ୍ଦ କରିଛନ୍ତି । ମୀରା ଶାହିଦଙ୍କୁ ୭ଜୁଲାଇ ୨୦୧୫ରେ ବିବାହ କରିଥିଲେ । ଏହାପରେ ୨୬ଅଗଷ୍ଟ ୨୦୧୬ରେ ମୀଶାକୁ ଜନ୍ମ ଦେଇଥିଲେ । ସେ ପୁଣିଥରେ ଏବେ ମା ହେବାକୁ ଯାଉଛନ୍ତି ।