Only for Entertainment

ସାହିଦ ନୁହେଁ ଏହି ଅଭିନେତାଙ୍କୁ ଡେଟ କରିବାକୁ ଚାହୁଁଥିଲେ ମୀରା

YouTube
0 80

ସାହିଦ କପୁର ଏବଂ ମୀରା ରାଜପୁତ ବଲିଉଡର ଷ୍ଟାଇଲିସ କପଲ ମଧ୍ୟରୁ ଏକ । ନିକଟରେ ଏହି ଯୋଡି ନେହା ଧୂପିଆଙ୍କ ଚ୍ୟାଟ ସୋ’ BFFs with Vogue ରେ ପହଁଚିଥିଲେ । ଚ୍ୟାଟ ସୋ’ରେ ଏହି କପଲ ନିଜ ଜୀବନ ସହ ଜଡିତ ଅନେକ କଥାର ଖୁଲାସା କରିଛନ୍ତି ।

ଏହି ସୋ’ରେ ମୀରାଙ୍କୁ ପଚରାଯାଇଥିଲା ଯଦି ଆପଣଙ୍କର ବିବାହ ସାହିଦ କପୁରଙ୍କ ସହିତ ହୋଇନଥାନ୍ତା ତେବେ ଆପଣ କେଉଁ ବଲିଉଡ ଅଭିନେତାଙ୍କୁ ଡେଟ କରିଥାନ୍ତେ । ଏହା ଉତ୍ତରରେ ମୀରା ସିଦ୍ଧାର୍ଥ ମଲହୋତ୍ରାଙ୍କ ନାମ ନେଇଥିଲେ । ମୀରା କହିଥିଲେ ଯେ ସିଦ୍ଧାର୍ଥଙ୍କୁୂ ମୁଁ ଡେଟ କରିଥାନ୍ତି କାରଣ ସେ ମଧ୍ୟ ଦିଲ୍ଲୀର ।

siddharth-malhotra

ଏହା ପୂର୍ବରୁ ସୋ’ରେ ସାହିଦ ନିଜ ପୂର୍ବ ପ୍ରେମିକାଙ୍କ ବିଷୟରେ ଖୁଲାସା କରିଥିଲେ । ସାହିଦଙ୍କୁ ପଚରା ଯାଇଥିଲା ଆପଣଙ୍କୁ କେହି ଧୋକା ଦେଇଛନ୍ତି କି ? ସାହିଦ ଉତ୍ତର ଦେଇଥିଲେ ଜଣଙ୍କ ବିଷୟରେ କହିପାରିବି କିନ୍ତୁ ଅନ୍ୟ ଜଣଙ୍କ କଥା ମୁଁ ଜାଣିନି ।

ଉଲ୍ଲେଖଯୋଗ୍ୟ ଯେ ସାହିଦ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ବତ୍ତି ଗୁଲ ମିଟର ଚାଲୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସାହିଦଙ୍କ ବିପକ୍ଷରେ ଶ୍ରଦ୍ଧା କପୁର ନଜର ଆସିବେ । ୩୧ ଅଗଷ୍ଟକୁ ଏହି ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More