Only for Entertainment

ଫିଲ୍ମରେ ନିଜର ଦୃଶ୍ୟ ନଥିବାରୁ କଙ୍ଗନାଙ୍କ ଉପରେ ଭଡ଼କିଲେ ଅଭିନେତ୍ରୀ । ପଚାରିଲେ ମୋ ସିନ କେଉଁଠାରେ ଅଛି?

32

ମଣିକର୍ଣ୍ଣିକା ରିଲିଜ ପୂର୍ବରୁ ଏବଂ ପରେ ମଧ୍ୟ ବିବାଦରେ ଘେରି ରହିଛି । କଙ୍ଗନାଙ୍କ ଉପରେ ଅନ୍ୟ ଅଭିନେତ୍ରୀଙ୍କ ସିନ କାଟିବାର ଅଭିଯୋଗ ହୋଇଛି । ଫଲ୍ମର ନିର୍ଦ୍ଦେଶକ କଙ୍ଗନାଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଫିଲ୍ମରେ ନିଜ ରୋଲ ଛୋଟ କରିଦିଆଯିବାରୁ ସୋନୁ ଫିଲ୍ମ ଛାଡ଼ି ଦେଇଥିଲେ । ଏବେ ମଣିକର୍ଣ୍ଣିକା ଅଭିନେତ୍ରୀ ମିଷ୍ଠି ଚକ୍ରବର୍ତ୍ତୀ ଫିଲ୍ମରେ କେତେକ ସିନ କାଟିଦେଇଥିବା ନେଇ କଙ୍ଗନାଙ୍କ ଉପରେ ଅଭିଯୋଗ କରିଛନ୍ତି । ଫିଲ୍ମରେ ଖୁବ ମୁଖ୍ୟ ଚରିତ୍ର ଥାଇ ମଧ୍ୟ ସିନ କାଟିଦେଇ କମ କରିଦିଆଯାଇଥିବା ସେ କହିଛନ୍ତି ।

ମିଷ୍ଠିଙ୍କୁ ସୁଭାଷ ଘାଇ ଫିଲ୍ମ କାଂଚିରେ ଲଂଚ କରିଥିଲେ । ସ୍ପଟବଏକୁ ଦେଇଥିବା ଇଂଟରଭ୍ୟୁରେ ଅଭିନେତ୍୍ରୀ କହିଛନ୍ତିଯେ ପ୍ରଥମେ ସେ ଏହି ଫିଲ୍ମ କରବିାକୁ ମନା କରୁଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କମଲ ଜୈନ କହିଥିଲେଯେ ଫିଲ୍ମରେ ତୁମର ଖୁବ ମୁଖ୍ୟ ଚରିତ୍ର ରହିଛି । ତେଣୁ ମୁଁ ହଁ କରିଥିଲି । ଏବେ ମୁଁ ବୁଝିପାରୁନି ଫିଲ୍ମରେ ମୁଁ କରୁଛି କ’ଣ? ପ୍ରତ୍ୟେକ ଆକ୍ଟରର ସିନ ଏଡିଟ କରାଯାଇଛି ।

ମିଷ୍ଠିଙ୍କ କହିବା ଅନୁସାରେ ମୁଁ ନିର୍ଦ୍ଦେଶକ କ୍ରିସଙ୍କ ସହିତ କାମ କରିବାକୁ ଚାହୁଁଥିଲି । ନିର୍ଦ୍ଦେଶକ ରହିଲେନି ତ ସିନ କେଉଁଠାରୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More