Only for Entertainment

ରୂପେଲି ପରଦାରେ ନଜର ଆସିବେ ମିସ୍ ୱାଲ୍ଡ ମାନୁଷୀ ଛିଲ୍ଲର, ଏହି ଜୁଏଲରୀ ବ୍ରାଣ୍ଡ ସହିତ ସାଇନ କଲେ ପ୍ରଥମ ବିଜ୍ଞାପନ

Connect Gujarat
0 34

ମାନୁଷୀ ଛିଲ୍ଲର ମିସ୍ ୱାଲ୍ଡ ଟାଇଟଲ ଜିତିବା ପରେ ତାଙ୍କ ବଲିଉଡ ପ୍ଲାନକୁ ନେଇ ସମସ୍ତେ ଜାଣିବାକୁ ଇଚ୍ଛୁକଥିଲେ । କିନ୍ତୁ ମାନୁଷୀ ସେତେବେଳେ ବଲିଉଡ ପ୍ରବେଶକୁ ନେଇ ତାଙ୍କର କିଛି ପ୍ଲାନ ନାହିଁ ବେଲି କହିଥିଲେ । ଏହା ସହିତ ସେ କହିଥିଲେ ବର୍ତ୍ତମାନ ସେ ତାଙ୍କର ପଢା ପୂରା କରିବା ପାଇଁ ଚାହୁଁଛନ୍ତି ।

ତେବ ମାନୁଷୀଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । କଥାଟି ହେଉଛି ମାନୁଷୀ ଖୁବ ଶୀର୍ଘ ରୂପେଲି ପରଦାରେ ନଜର ଆସିବେ । ତେବେ ଆପଣ ଭାବୁଛନ୍ତି କି କେଉଁ ଫିଲ୍ମରେ ସେ ନଜର ଆସିବେ । ତେବେ ଆପଣଙ୍କୁ କହିରଖୁଛୁ ସେ କୌଣସି ଫିଲ୍ମରେ ନୁହେଁ ବରଂ ଏକ ବିଜ୍ଞାପନରେ ନଜର ଆସିବେ । ନିକଟରେ ମାନୁଷୀ ନିଜର ପ୍ରଥମ ବିଜ୍ଞାପନ ସାଇନ କରିଛନ୍ତି । ସେ ଗହଣା ନିର୍ମାତା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

manushi-ll

୧୭ ବର୍ଷ ପରେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ କମ୍ପାନୀର ବିଶ୍ୱସ୍ତରୀୟ ଅଭିଯାନ ଏବଂ ସହାୟକ ପ୍ରୟାସରେ କମ୍ପାନୀର ପ୍ରତିନିଧିତ୍ୱ କରିବେ । ମାନୁଷୀ ନିଜ ବୟାନରେ କହିଥିଲେ, ‘ମୁଁ ଭାରତୀୟ ହୋଇଥିବାରୁ ଗର୍ବ ଅନୁଭବ କରେ । ଏହା ହେଉଛି ପର୍ବ ବିଶେଷ କରି ଭାବନାର ଉତ୍ସବ ପାଳନ କରୁଥିବାର ଦେଶ । ମାଲାବାର ଗୋଲ୍ଡ ସହିତ ଯୋଡି ହୋଇଥିବାରୁ ମୁଁ ବହୁତ ଖୁସି । ଏହା ଏପରି ଏକ ସମ୍ବନ୍ଧ ଯାହା ମୋ ହୃଦୟର ଖୁବ ନିକଟ ଏବଂ ସମସ୍ତ ଭାରତୀୟଙ୍କ ପାଇଁ ମଧ୍ୟ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More