Only for Entertainment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ଦୁଇ ଦିନ ମଧ୍ୟରେ କଲା ଧମାକାଦାର ବ୍ୟବସାୟ !

68

ସ୍ୱାଧୀନତା ଦିବସରେ ରିଲିଜ ହୋଇଥିବା ବହୁ ଅପେକ୍ଷିତ ଚଳଚିତ୍ର ‘ମିଶନ ମଙ୍ଗଲ’ ପ୍ରଥମ ଦିନରୁ ବକ୍ସ ଅଫିସରେ ଜୋରଦାର ଧମାକା କରିଛି । ଏହି ଚଳଚିତ୍ରକୁ ଦେଖିବା ପାଇଁ ପ୍ରଥମ ଦିନରୁ ସିନେମାଘର ଆଗରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ଯାହାର ଫଳ ସ୍ୱରୁପ ଏହାର ପ୍ରଥମ ଦିନର କମାଇ ୨୯.୧୬ କୋଟି ରହିଥିବାର ଜଣାପଡିଛି ।
ପ୍ରଥମ ଦିନର ଧମାକେଦାର ଓପନିଙ୍ଗ ପରେ ଦ୍ୱିତୀୟ ଦିନରେ ଏହାର ବ୍ୟବସାୟ ମାନ୍ଦା ପଡିଯାଇଛି । ପ୍ରଥମ ଦିନର ବ୍ୟବସାୟ ଅପେକ୍ଷା ଦ୍ୱିତୀୟ ଦିନରେ ଏହାର ବ୍ୟବସାୟ ୪୦ପ୍ରତିଶତ ହ୍ରାସ ହୋଇଛି , କିନ୍ତୁ ହାରାହାରି ବ୍ୟବସାୟ ୪୫କୋଟି ବୋଲି ଶୁଣିବାକୁ ମିଳିଛି ।

ଏହି ଫିଲ୍ମ ମୁମ୍ବାଇ, ୱେଷ୍ଟ ବେଙ୍ଗଲ ଏବଂ ମେଶୁରରେ ଖୁବ ଭଲ ବ୍ୟବସାୟ କରିପାରିଛି । କେବଳ ମୁମ୍ବାଇରେ ଫିଲ୍ମ ଦୁଇ ଦିନ ମଧ୍ୟରେ ୧୬କୋଟି ବ୍ୟବସାୟ କରିଛି, ଯାହାକି ଦିଲ୍ଲୀ/ୟୁପିରେ ପାଖାପାଖି ୯.୫୦କୋଟି ବ୍ୟବସାୟ କରିଥିଲା । ଦିଲ୍ଲୀ ଏନସିଆରରେ ଫିଲ୍ମ ଖୁବ ପ୍ରଦର୍ଶନ କରିପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More