Only for Entertainment

‘ମିଶନ୍ ମଙ୍ଗଲ’ର ପ୍ରୋମୋ ଭିଡିଓ ରିଲିଜ, ନାରୀଙ୍କୁ ସମ୍ମାନ ଦେଇ ଅକ୍ଷୟ ଗାଇଲେ କବିତା, ଦେଖନ୍ତୁ

YouTube
43

ଆଗାମୀ ବଲିଉଡ୍ ଫିଲ୍ମ ‘ମିଶନ୍ ମଙ୍ଗଲ’ର ଏକ ଟିଜର୍ ପ୍ରୋମୋ ରିଲିଜ୍ ହୋଇଛି । ଏଥିରେ ଅଭିନେତା ଅକ୍ଷୟ କୁମାରଙ୍କ ସ୍ୱରରେ ଏକ କବିତା ଶୁଣିବାକୁ ମିଳିଛି । କିଭଳି ଦେଶର ନାରୀଶକ୍ତି ମଙ୍ଗଳାୟନ୍ ପ୍ରୋଜେକ୍ଟରେ କାମ କରନ୍ତି ତାହାକୁ ବଖାଣିଛନ୍ତି ଏହି କବିତାରେ । ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ଜଗନ ଶକ୍ତି । ଫିଲ୍ମରେ ବିଦ୍ୟା ବାଲନ୍, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ନିଥ୍ୟା ମେନନ୍, ସୋନାଲୀ କୁଲକରଣୀ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଏହି ପ୍ରେମୋ ଭିଡିଓକୁ ଅକ୍ଷୟ କୁମାର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସେୟାର କରିବା ପରେ ଏହାକୁ ୧୨ ଲକ୍ଷରୁ ଅଧିକ ଲାଇକ ମିଳି ସାରିଛି । ଭିଡିଓ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି ‘ଯେତେ ଦୂର ହେଉ ଆକାଶ ଏହି ସିନ୍ଦୁର ସେତେ ଦୂର ଯିବ । ସେଲିବ୍ରେଟ କରୁଛୁ ଭାରତୀୟ ମହିଳାଙ୍କ ସ୍ୱପ୍ନ ଯାହା ସତ ହୋଇଥାଏ ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More