Only for Entertainment

ବିଗିଡିଲା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥା, ଦିଲ୍ଲୀରେ ଚାଲିଛି ଚିକିତ୍ସା

jagran
0 42

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ କିଛି ସମୟରୁ ଖରାପ ରହିଛି । ପିଠି ଯନ୍ତ୍ରଣା କାରଣରୁ ସେ ପାଖାପାଖି ୧ ବର୍ଷ ହେବ ଲାଇମ ଲାଇଟ ଠାରୁ ଦୂରେଇ ଯାଇଥିଲେ । ଏହାପରେ ସେ ସୁସ୍ଥ ହୋଇ ଫେରିଥିଲେ । କିନ୍ତୁ ପୁଣିଥରେ ତାଙ୍କର ଏହି ଯନ୍ତ୍ରଣା ଆରମ୍ଭ ହୋଇଛି । ଖବର ଅନୁସାରେ ଦିଲ୍ଲୀରେ ଏବେ ସେ ଚିକିତ୍ସିତ ହୋଉଛନ୍ତି ।

mithun

ମିଥୁନ ଏକ ବର୍ଷ ହେବ ନିଜ ଓଟି ସ୍ଥିତ ଘରେ ରହୁଥିଲେ । ଏହା ପୂର୍ବରୁ ମିଥୁନ ଚିକିତ୍ସା ପାଇଁ ଲସ ଏଞ୍ଜେଲସ ଯାଇଥିଲେ । ସୁସ୍ଥ ହୋଇ ଫେରିବା ପରେ ସେ ଟିଭି ଶୋ’ରେ ନଜର ଆସିଥିଲେ । ପିଠିରେ ଯନ୍ତ୍ରଣା ହେବାରୁ ସେ ରାଜ୍ୟସଭାରୁ ମଧ୍ୟ ଇସ୍ତଫା ଦେଇଥିଲେ । ସୂଚନା ଅନୁସାରେ ୨୦୦୯ରେ ସୁଟିଂ ସମୟରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା ।

ଖବର ଅନୁସାରେ ମିଥୁନ ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି । ଏହା ସହିତ ସେ ବିବେକ ଅଗ୍ନୀହୋତ୍ରୀଙ୍କ ‘ଦ ତାଶକନ୍ଦ’ରେ ମଧ୍ୟ ନଜର ଆସିବେ । ଏହା ଏକ ପିରିୟଡ- ଥ୍ରୀଲର ଫିଲ୍ମ । ଫିଲ୍ମଟି ଭାରତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More