Only for Entertainment

ଦୁଗ୍ଧ ସହିତ ଲୁଣ ଖାଇବା ଅନୁଚିତ,ଜାଣନ୍ତୁ କାହିଁକି!

The Telegraph
0 33

କ୍ଷୀର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ରହିଛି କ୍ୟାଲସିୟମ, ଭିଟାମିନ୍‌ ଡି ଓ ଫସ୍‌ଫରସ୍‌ ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ହେଲେ ଏହି କ୍ଷୀର ସହ କିଛି ଜିନିଷ ମିଶାଇ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି।

-କ୍ଷୀର ସହ ଲୁଣ ବା ଲୁଣ ଜାତୀୟ ଖାଦ୍ୟ ଖାଇବା ଅନୁଚିତ୍‌। କାରଣ କ୍ଷୀର ସହ ଲୁଣ ମିଶିଲେ ଏହା ହଜମ ଶକ୍ତିକୁ ପ୍ରଭାବିତ କରିଥାଏ। ଅନ୍ୟପଟେ କ୍ଷୀର ପିଇବାର ଏକ ଘଣ୍ଟା ପୂର୍ବରୁ ଓ ଏକ ଘଣ୍ଟା ପରେ କୌଣସି ଖାଦ୍ୟ ନ ଖାଇବା ଭଲ। -ଖାଲି ପେଟରେ କ୍ଷୀର ପିଇବା କଥା ନୁହେଁ। କାରଣ ଖାଲି ପେଟରେ କ୍ଷୀର ପିଇଲେ ହଜମ ଶକ୍ତି ପ୍ରଭାବିତ ହେବା ସହ କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦେଇଥାଏ। ଏହାସହ ଆଉ କିଛି ପେଟ ସମସ୍ୟା ମଧ୍ୟ ଦେଖାଦିଏ। -କ୍ଷୀର ସହ ମାଛ ଖାଇବା ଭଲ ନୁହେଁ। କ୍ଷୀର ଖାଇବା ପରେ ବା ପୂର୍ବରୁ ମଧ୍ୟ ମାଛ ଖାଇଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ। କାରଣ କ୍ଷୀର ସହ ମାଛ ଖାଇବା ଦ୍ୱାରା ସମସ୍ତ ପ୍ରକାର ଚର୍ମରୋଗ ସୃଷ୍ଟି ହୋଇଥାଏ। -କ୍ଷୀର ପିଇବା ପୂର୍ବରୁ ଅବା ପରେ ଖଟା ଜାତୀୟ ଖାଦ୍ୟ ଖାଇବା ଭଲ ନୁହେଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More