Only for Entertainment

ଅମିତାଭ ବଚ୍ଚନଙ୍କ ନାମରେ ମ୍ୟୁଜିୟମ ନିର୍ମାଣ ପ୍ରସ୍ତାବ, ବିଗ୍ ବି ଦେଲେ ଏପରି ପ୍ରତିକ୍ରିୟା

youtube
0 32

ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ତାହା ସସସ୍ତଙ୍କୁ ଜଣାଥିବ । ପ୍ରତ୍ୟେକ ଅବସରରେ ବିଗ ବି ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ଦେବା ସହିତ ପୋଷ୍ଟ ମଧ୍ୟ ଶେୟାର କରନ୍ତି । ଅମିତାଭ ବଚ୍ଚନ ବଲିଉଡରେ ୨୦୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ମହାନାୟକ, ସେହେଁଶା ଏବଂ ଆଙ୍ଗ୍ରି ୟଙ୍ଗ ମ୍ୟାନ ନାମରେ ମଧ୍ୟ ଡାକିଥାନ୍ତି ।

ଭାରତୀୟ ଫିଲ୍ମ ଦୁନିଆରେ ଅମିତାଭଙ୍କ ଯୋଗଦାନକୁ ନଜରରେ ରଖି ନିକଟରେ ଅନେ୍ଧରୀ(ମୁମ୍ବାଇ)ର ଏମଏଲଏ ଅମିତ ସାଟମ ମହାରାଷ୍ଟ୍ର ଷ୍ଟେଟ ଆସେମ୍ବଲିରେ ଅମିତାଭଙ୍କ ନାମରେ ଏକ ମ୍ୟୁଜିୟମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

ଅମିତ ନିଜ ପ୍ରସ୍ତାବରେ କହିଥିଲେ ଜୁହୁରେ ଏକ ମ୍ୟୁଜିୟମ ନିର୍ମାଣ କରିବା ଉଚିତ । ସେ କହିଥିଲେ ଯେ ମୁମ୍ବାଇର ଜୁହୁ ହଲିଉଡର ବେୱଲି ପରି କାରଣ ଏଠାରେ ଅନେକ ବଲିଉଡ କଳାକାର ବାସ କରନ୍ତି । ଅମିତାଭ ବଚ୍ଚନ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ।


ଅମିତ ସାଟମଙ୍କ ଏହି ପ୍ରସ୍ତାବ ବିଷୟରେ ଜଣେ ପ୍ରଶଂସକ ଟୁଇଟ କରି ଅମିତାଭଙ୍କୁ ସୂଚନା ଦେଇଥିଲେ । ଅମିତାଭ ଏହି ପ୍ରସ୍ତାବ ବିଷୟରେ ଜାଣିବା ପରେ ଏହାକୁ ନାମଞ୍ଜୁର କରିଛନ୍ତି । ଅମିତାଭ କହିଛନ୍ତି ସେ ତାଙ୍କ ଫିଲ୍ମ ଏବଂ କାମକୁ ନେଇ କୌଣସି ମ୍ୟୁଜିୟମ ନିର୍ମାଣ କରିବାକୁ ଚାହାଁନ୍ତି ନାହିଁ । ଅମିତାଭ ଟୁଇଟ କରି ଲେଖିଥିଲେ, ‘ମୁଁ ଏଥିପାଇଁ ନିଜ ସହମତି ଦେଉନାହିଁ । ଏହା ହେବା ଉଚିତ ନୁହେଁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More