Only for Entertainment

ମୋଦିଙ୍କ ଉପରେ ଫିଲ୍ମ ନିର୍ମାଣ କରୁଥିବା ଲୋକଙ୍କ ସମସ୍ୟା ବଢିଲା, ‘ମୋଦି-ଜର୍ଣ୍ଣି ଅଫ ଏ କମନମ୍ୟାନ’ ଉପରେ ମଧ୍ୟ ଲାଗିଲା ରୋକ୍

bollywood tadka
20

ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦିଙ୍କ ଜୀବନ ଉପରେ ବାୟୋପିକ ‘ପିଏମ ନରେନ୍ଦ୍ର ମୋଦି’ ଉପରେ ନିର୍ବାଚନ ଆୟୋଗ ପ୍ରଥମରୁ ହିଁ ରୋକ ଲଗାଇ ଦେଇଛନ୍ତି । ମୋଦିଙ୍କ ଏହି ଫିଲ୍ମ ପ୍ରଥମରୁ ହିଁ ସମସ୍ୟା ଘେରରେ ରହିଛି । ଏବେ ଏହି ଖବର ପରେ ଶୁଣିବାକୁ ମିଳୁଛି ଯେ ମୋଦିଙ୍କ ଉପରେ ଏକ ୱେବ ସିରିଜ ନିର୍ମାଣ ହୋଇଛି । ଯାହାର ଟାଇଟେଲ ରହିଛି ‘ମୋଦି-ଜର୍ଣ୍ଣି ଅଫ ଏ କମନମ୍ୟାନ’ । କିନ୍ତୁ ଏବେ ନିର୍ବାଚନ ଆୟୋଗ ଏହି ୱେବ ସିରିଜର ପ୍ରସାରଣ ଉପରେ ଶନିବାର ରୋକ୍ ଲଗାଇଛନ୍ତି ।

ନିର୍ବାଚନ ଆୟୋଗ ଏକ ନୋଟିସ ଜାରି କହି କହିଛନ୍ତି ଯେ, ମୋଦିଙ୍କ ଉପରେ ଆଧାରିତ ଏହି ୱେବ ସିରିଜର ବିଷୟ ବସ୍ତୁ ଆଦର୍ଶ ନିର୍ବାଚନ ଆଚାର ସଂହିତାର ଉଲ୍ଲଙ୍ଘନ କରୁଛି । ସେଥିପାଇଁ ଏହାକୁ ତୁରନ୍ତ ହଟାଇ ଦିଆଯିବା ଦରକାର । ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ, ନିର୍ବାଚନ ସମୟରେ କୌଣସି ରାଜନେତାଙ୍କ ଜୀବନକଥା କିମ୍ବା ଆତ୍ମକଥା ଉପରେ ଆଧାରିତ ବିଷୟବସ୍ତୁକୁ ସାର୍ବଜନୀକ ପ୍ରସାରଣ କରାଯାଇପାରିବ ନାହିଁ । ଏହା ନିର୍ବାଚନ ପ୍ରକ୍ରିୟାର ସ୍ୱତନ୍ତ୍ରତାକୁ ପ୍ରଭାବିତ କରିଥାଏ ।

modi 1

ନିର୍ବାଚନ ଆୟୋଗ କହିଛନ୍ତି ପ୍ରସାରଣ ହେଉଥିବା ୱେବ ସିରିଜର ବିଷୟ ବସ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଏବଂ ସେ ଜଣେ ରାଜନେତା ତଥା ଚଳିତ ଲୋକସଭା ନିର୍ବାଚନର ଜଣେ ପାର୍ଥୀ । ସେଥିପାଇଁ ଏହି ସିରିଜର ପ୍ରସାରଣ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ନିର୍ବାଚନ ଆୟୋଗ ୱେବ ସିରିଜ ‘ମୋଦି-ଜର୍ଣ୍ଣି ଅଫ ଏ କମନମ୍ୟାନ’କୁ ହଟାଇବା ପାଇଁ ଏବଂ ଏହାର ପ୍ରସାରଣ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଏହାକୁ ତରନ୍ତୁ ଲାଗୁ କରିବା ପାଇଁ ମଧ୍ୟ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More