Only for Entertainment

ମୋଦି ଆତଙ୍କବାଦୀଙ୍କ ପରି ଦିଶୁଛନ୍ତି,ଅଭିନେତ୍ରୀ ବିଜୟଶାନ୍ତିଙ୍କ ବିବାଦୀୟ ମନ୍ତବ୍ୟ !

37

ଅଭିନେତ୍ରୀରୁ ନେତ୍ରୀ ପାଲିଟିଥିବା ତେଲୁଗୁ ହିରୋଇନ ବିଜୟଶାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସି ଯାଇଛନ୍ତି। ଅଭିନେତ୍ରୀ ବିଜୟଶାନ୍ତିଙ୍କ ବୟାନ୍‌ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ଜାଣିବାକୁ ମିଳିଛି ଯେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ବିଜୟଶାନ୍ତି ଏପରି କହିଛନ୍ତି। ସେ କହିଛନ୍ତି କି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆତଙ୍କବାଦୀ ଭଳି ଦେଖା ଯାଉଛନ୍ତି। ଜଣେ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ ନୁହେଁ।’

ତେଲେଙ୍ଗାନାରେ ଆୟୋଜିତ ଏକ ଜନସଭାରେ ବିଜୟଶାନ୍ତି ଯୋଗଦେଇ ପୁଲୱାମା ଆକ୍ରମଣ ଉପରେ ଆଲୋଚନା କରିଥିଲେ। ଆକ୍ରମଣ ସଂପର୍କରେ କହିବା ବେଳେ ସେ ବିବାଦୀୟ ଟିପ୍ପଣୀ ଦେଇଥିବା ଜାଣିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଲକୁଲ ଆତଙ୍କବାଦୀଙ୍କ ଭଳି ଦେଖାଯାଆନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ ନୁହେଁ। କେତେବେଳେ ସେ ବୋମାମାଡ଼ କରିପାରନ୍ତି ସେଥିରେ ସନ୍ଦେହ ନାହିଁ ବୋଲି ଦେଇଥିବା ବୟାନକୁ ନେଇ ଏବେ ବିବାଦ ଦେଖାଦେଇଛି। ବିଜେପି ମଧ୍ୟ ଏହା ଉପରେ ଆଣିଛି ବୋଲି ଜାଣିବାକୁ ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More