Only for Entertainment

ରିଲିଜ ହେଲା ସାରାଗଢୀ ୧୮୯୭ର ଟ୍ରେଲର, ମୁଖ୍ୟ ଚରିତ୍ରରେ ନଜର ଆସିବେ ମହାଦେବ ମୋହିତ ରାଇନା

highlightsindia
0 47

ଛୋଟ ପରଦାରେ ମହାଦେବଙ୍କ ଭୂମିକାରେ ଦର୍ଶକଙ୍କ ମନ ମୋହିଥିବା ମୋହିତ ରାଇନାଙ୍କୁ ଖୁବ ଶୀଘ୍ର ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । ତେବେ ୨୧ ସରଫରୋଶ ସାରାଗଢୀ ୧୮୯୭ର ଟ୍ରେଲର ରିଲିଜ କରାଯାଇଛି । ଟ୍ରେଲରରେ ମୋହିତ ଏକ ଦମଦାର ଭୂମିକାରେ ନଜର ଆସିଛନ୍ତି । ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବା ପରେ ମୋହିତଙ୍କୁ ଏହି ନୂଆ ଅବତାରରେ ଦେଖିବା ଦର୍ଶକଙ୍କ ପାଇଁ ଏକ ଖୁସିର ବଷୟ । ସାରାଗଢୀ ନାମକ ଏହି ଟିଭି ସିରିଜରେ ଦେଖିବା ପରେ ମୋହିତଙ୍କର ମହାଦେବ ଛବିରେ ପରିବର୍ତ୍ତନ ଆସିବା ନିଶ୍ଚିତ ବୋଲି ଆଶା କରାଯାଉଛି ।

୨୧ ସରଫରୋଶ ସାରାଗଢୀ ୧୮୯୭ ସିରିଜର ପ୍ରସାରଣ ଡିସ୍କଭରୀର ନୂଆ ଚ୍ୟାନେଲ ଡିସ୍କଭରୀ ଜୀତରେ କରାଯିବ । ଏହି ଶୋରେ ମୋହିତ ହଲବିନ୍ଦର ସିଂ ଭୂମିକାରେ ନଜର ଆସିବେ । ସେହିପରି ଶୋରେ ତାଙ୍କ ବନ୍ଧୁ ମୁକୁଲ ଦେବ ମଧ୍ୟ ନଜର ଆସିବେ । ମୁକୁଲ ଏହି ଶୋରେ ଗୁଲ ବାଦଶାହା ରୋଲରେ ନଜର ଆସିବେ ।

ପଲାସୀ ଯୁଦ୍ଧ ଓ ବକ୍ସର ଯୁଦ୍ଧ ପରି ସାରାଗଢୀ ଯୁଦ୍ଧ ମଧ୍ୟ ଭାରତ ଇତିହାସରେ ଏକ ପ୍ରସିଦ୍ଧ ଯୁଦ୍ଧ । ଏହା ପ୍ରସ୍ତୁନର ୧୦ ହଜାର ସୈନିକ ଓ ୨୧ ଶିଖ ସୈନିକଙ୍କ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା । ସାରାଗଢୀ ଲଢେଇ ଉପରେ ଆଧାରିତ ଏହି ଟିଭି ସିରିଜରେ ମୋହିତ ରାଇନାଙ୍କୁ ଏକ ଶିଖ ସିପାହୀ ଭୂମିକାରେ ଦେଖିବାକୁ ମିଳିବ ।

ଏହି ଫିଲ୍ମର ସୁଟିଂକୁ ଲଦାଖ, ରାଜସ୍ଥାନ ଓ ଗୁଜୁରାଟ ସୀମାରେ କରାଯାଇଛି । ଏହି ଲଢେଇ ୧୨ ସେପ୍ଟେମ୍ବର ୧୯୮୭ ରେ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More