Only for Entertainment

ଅଭିନେତ୍ରୀ ଦିୟା ମିର୍ଜା ଖୋଲିଲେ ରହସ୍ୟ ! କହିଲେ- ‘ମୋହିତ ରୈନା ଖୁବ …..’

66

ଅଭିନେତ୍ରୀ ଦିୟା ମିର୍ଜାଙ୍କ କହିବା ମୁତାବକ ଏବେ ପର୍ଯ୍ୟନ୍ତ ସେ ଯେତେ କଳାକାରଙ୍କ ସହ ଅଭିନୟ କରିଛନ୍ତି, ସେମାନଙ୍କ ମଧ୍ୟରୁ ମୋହିତ ରୈନା ଖୁବ ଲାଜକୁଳା ଅଟନ୍ତି । ଦିୟା ଖୁବଶୀଘ୍ର ଆଗାମୀ ୱେବ ଶୋ’ ‘କାଫିର’ରେ ମୋହିତଙ୍କ ସହ ନଜର ଆସିବେ ।

ଦିୟା ଏକ ବୟାନରେ କହିଛନ୍ତି, ‘ଏବେ ପର୍ଯ୍ୟନ୍ତ ସେ ଯେଉଁ ସବୁ କଳାକାରଙ୍କ ସହ କାମ କରିଛନ୍ତି ସେମାନଙ୍କ ମଧ୍ୟରୁ ମୋହିତ ଖୁବ ଲାଜକୁଳା ସ୍ୱଭାବର ଅଟନ୍ତି । ତାଙ୍କୁ ମୋହିତଙ୍କ ସହ ମିଶିବା ପାଇଁ ୧୫ଦିନ ସମୟ ଲାଗିଥିଲା । ଏପରିକି ସେ ଏକ ଛୋଟ ଝିଅ ଯିଏକି ଦୀୟାଙ୍କ ଝିଅ ଭୂମିକାରେ ନଜର ଆସିବେ ତାଙ୍କ ଠାରୁ ମଧ୍ୟ ଅନେକ ସମୟ ଲାଗିଥାଏ ।

ଦିୟା ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଅଭିନେତାଙ୍କୁ ଲାଜକୁଳା ହେବା ସହ ଦୁଷ୍ଟ ବୋଲି ମାନନ୍ତି । ଯେମିତିକି କୁହାଯାଏ ଶାନ୍ତ ରହୁଥିବା ପିଲା ଖୁବ ଦୁଷ୍ଟାମୀ କରନ୍ତି । ଏହାସହ ଦିୟା କହିଛନ୍ତି ଯେ ରୋହିତଙ୍କ ସହ କାମ କରିବା ଖୁବ ମଜାଦାର ଥିଲା ।

ଶୋ ହିମାଚଳ ପ୍ରଦେଶ ଏବଂ ମୁମ୍ବାଇରେ ସୁଟ କରାଯାଇଛି । ସୋନମ ନାୟର ନିର୍ଦ୍ଦେଶିତ କାଫିର ୧୫ଜୁନରେ ଓଟିଟି ପ୍ଲାଟଫର୍ମ ଜି୫ରେ ପ୍ରସାରିତ ହେବ ।

 

ଦିୟା ପୂର୍ବ ବର୍ଷ ଫିଲ୍ମ‘ସଂଜୁ’ରେ ନିଜ ଜବରଦସ୍ତ ଭୂମିକାରେ ନଜର ଆସିଥିଲେ । ସୋନମ ନାୟର ଦ୍ୱାରା ନିର୍ଦ୍ଦେଶିତ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଦ୍ୱାରା ନିର୍ମିିତ ହୋଇଛି ଏହି ୱେବ ଶୋ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More