Only for Entertainment

ଶରୀରର ଏହି ଅଙ୍ଗରେ କଳାଜାଇ ଥିଲେ ମିଳିଥାଏ ରେମାଣ୍ଟିକ ପାର୍ଟନର, ଆପଣଙ୍କର ଅଛି କି…

Dr. Numb
0 191

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କର ପାର୍ଟନର ରୋମାଣ୍ଟିକ ହେବ କି ନାହିଁ ତେବେ ଆପଣଙ୍କ ଶରୀରରେ ଥରେ ନଜର ବୁଲାନ୍ତୁ । ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଥିବା କଳାଜାଇ ପାର୍ଟନର ବିଷୟରେ ସୂଚନା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ବିଭିନ୍ନ ଅଙ୍ଗରେ ଥିବା କଳାଜାଇ ଆପଣଙ୍କ ପାର୍ଟନର ବିଷୟରେ କ’ଣ ସୂଚାଇ ଥାଏ ।

  • ପାପୁଲିରେ କଳାଜାଇ-
    ଯେଉଁ ବ୍ୟକ୍ତିଙ୍କର ପାପୁଲିରେ କଳାଜାଇ ଥାଏ ସେମାନଙ୍କର ସାଥୀ ଭରସାର ପାତ୍ର ହେବା ସହିତ ଲଭିଙ୍ଗ ହୋଇଥାନ୍ତି । ଏପରି ବ୍ୟକ୍ତି ନିଜ ସାଥୀଙ୍କୁ ଖୁବ ଭଲପାନ୍ତି । ଏମାନଙ୍କର ଭଲପାଇବା କେବେ ମଧ୍ୟ କମିନଥାଏ । କିନ୍ତୁ କୁହାଯାଏ ଯେଉଁ ବ୍ୟକ୍ତିଙ୍କର ବାମ ହାତର ପାପୁଲିରେ କଳାଜାଇ ଥାଏ ସେମାନଙ୍କର ଲଭ ଲାଇଫରେ ସର୍ବଦା ସଙ୍କଟ ଦେଖାଯାଇଥାଏ ।
  • ଗାଲରେ କଳାଜାଇ-
    ଯେଉଁ ବ୍ୟକ୍ତିଙ୍କର ଉଭୟ ଗାଲରେ କଳାଯାଇଥାଏ ସେମାନଙ୍କର ସାଥୀ ଖୁବ କେୟାରିଙ୍ଗ ହେବା ସହିତ ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି । ଶରୀରର ଏହି ଅଙ୍ଗରେ କଳାଜାଇ ଦାୟୀତ୍ୱବାନ ଏବଂ ଯତ୍ନ ନେଉ ଥିବା ସାଥୀ ଦେବାରେ ସାହାର୍ଯ୍ୟ କରିଥାଏ ।
  • ଓଠରେ କଳାଜାଇ-
    ଓଠରେ କଳାଜାଇ ଥିବା ବ୍ୟକ୍ତିଙ୍କ ସାଥୀ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏପରି ବ୍ୟକ୍ତିମାନଙ୍କର ଲଭ ଲାଇଫ ସର୍ବଦା ରୋମାନ୍ସ ଏବଂ ରୋମାଂଚରେ ଭରପୁର ରହିଥାଏ ।
  • ଓଠର ତଳ ଭାଗରେ କଳାଜାଇ-
    ଶରୀରର ଏହି ଭାଗରେ କଳାଜାଇ ଥିବା ବ୍ୟକ୍ତିଙ୍କ ସାଥୀ ନିଜର ସମସ୍ତ ଦାୟିତ୍ୱ ଠିକ୍ ଭାବେ ତୁଲାଇଥାନ୍ତି । କିନ୍ତୁ ବ୍ୟକ୍ତିମାନଙ୍କର ସାଥୀ କମ୍ ରୋମାଣ୍ଟିକ ହୋଇଥାନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More