Only for Entertainment

‘ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ’ ପରେ ଆସିଲା ‘ମୋମୋ ହ୍ୱାଟସଆପ’, ନିଜ ଛୁଆଙ୍କୁ ଏହିପରି ଭାବରେ ରଖନ୍ତୁ ଦୂରରେ ।

ndtv
0 49

ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ ପରେ ଏବେ ନୂଆ ସୋସିଆଲ ଇଞ୍ଜିନିୟରିଂ ସ୍କିମ ‘ମୋମୋ ହ୍ୱାଟସଆପ’ ଆସିଛି ଯାହା ଏବେ ପୁଣି ଲୋକଙ୍କ ନିଜ ହଜାଇ ଦେଇଛି । ଏହି ନୂଆ ସୋସିଆଲ ଇଞ୍ଜିନିୟରିଂ ସ୍କିମ ‘ମୋମୋ ହ୍ୱାଟସଆପ’ ଲାଟିନ ଆମେରିକୀୟ ଦେଶରେ ଏହି ତାର ଆତଙ୍କ ଆରମ୍ଭ କରିଥିଲା ବେଳେ ଆମେରିକାରେ ମଧ୍ୟ ଏହା ଦେଖିବାକୁ ମିଳିଲାଣି । ମୋମୋ ହ୍ୱାଟସଆପର ଏରିଆ କୋର୍ଡ ଜାପାନର ଅଟେ । ହ୍ୱାଟସଆପକୁ ଆସୁଥିବା ଏହି ନମ୍ବରକୁ ସେଭ କରିବା ପରେ ବଡ଼ ଆଖିଥିବା ଏକ ଝିଅର ଫଟୋ ଦେଖିବାକୁ ମିଳୁଛି । ଯାହା ଅତ୍ୟନ୍ତ ଭୟଙ୍କର ଅଟେ ।

କୁହାଯାଉଛି ଯେ, ଯେଉଁ ୟୁଜର ଏହି ପ୍ରୋଫାଇଲର ନମ୍ବରରେ କଥାବାର୍ତ୍ତା ହେଉଛନ୍ତି ସେମାନେ ଆତ୍ମହତ୍ୟା କରିବା ଆଡକୁ ବଢୁଛନ୍ତି । ଏ ସମ୍ପର୍କରେ ନିରାପତ୍ତା ବିଶେଷଜ୍ଞମାନେ ଏହି ନମ୍ବରରେ ଯୋଗାଯୋଗର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହେଉନାହାଁନ୍ତି ।

ସେମାନଙ୍କ ଯୁକ୍ତି ହେଉଛି ଯେ, ଏହି ହ୍ୱାଟସଆପର କ୍ରିଏଟର କିଏ ତାହା ଜଣାପଡୁନାହିଁ । ଏହି ହ୍ୱାଟସଆପ ବିଶେଷତଃ ଛୋଟପିଲାମାନଙ୍କୁ ନିଜ ଶିକାର ବନାଉଛି । ବ୍ଲ୍ୟୁ ହ୍ୱେଲ ସମୟରେ ଯେପରି ଘଟଣା ଘଟୁଥିଲା ଏହି ମୋମୋ ହ୍ୱାଟସଆପ ଦ୍ୱାରା ମଧ୍ୟ ସେଭଳି ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ପିଲାମାନଙ୍କୁ ଏହା ଠାରୁ ଦୂରରେ ରଖିବା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

କିପରି ଛୁଆଙ୍କୁ ରଖିବେ ଦୂରରେ-

  • ଫୋନରେ କୌଣସି ଅପରିଚିତ ବ୍ୟକ୍ତିଙ୍କ ନମ୍ବ ସେଭ କରି ରଖନ୍ତୁ ନାହିଁ । ଫୋନକୁ ପାଟର୍ନ ଲକ କରି ରଖନ୍ତୁ ଯେପରି ଆପଣଙ୍କ ଛୁଆ ଏହାକୁ ଖୋଲି ପାରିବ ନାହିଁ ।
  • ଆପଣଙ୍କ ଛୁଆ ସୋସିଆଲ କ’ଣ ସେୟାର କରୁଛି ତାହାର ଧ୍ୟାନ ରଖନ୍ତୁ ଖାସ କରି ଫେନ ନମ୍ବର । କାରଣ ଏହା ସେୟାର କରିବା ପରେ କେହି ବି ଆପଣଙ୍କ ନମ୍ବର ସହଜରେ ପାଇପାରିବ ।
  • ଫୋନକୁ ଆଣ୍ଟିଭାଇରସ ଦ୍ୱାରା ପ୍ରୋଟେକ୍ଟ ରଖନ୍ତୁ । ଏହା ଆପଣଙ୍କ ହ୍ୱାଟସଆପ, ଏସଏମଏସ ଏବଂ ଫେସବୁକ ମେସେଞ୍ଜରକୁ ପ୍ରୋଟେକ୍ଟ ରଖିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More