Only for Entertainment

ଏବେ ମୋନା ସିଂ ଏବଂ କ୍ରିଷ୍ଟଲ ଡିସୁଜା ହେବେ ନାଗୀନ ?

41

ଟିଭି ଶୋ’ ‘ନାଗୀନ’ ଛୋଟ ପରଦାରେ ସବୁଠାରୁ ଅଧିକ ଟିଆରପି ନେଇଥିବା ଶୋ’ ମଧ୍ୟରୁ ଗୋଟେ । ଖୁବଶୀଘ୍ର ଏହାର ୪ର୍ଥ ସିଜନ ଆସିବାକୁ ଯାଉଛି । ଶୁଣିବାକୁ ମିଳିଛି ଯେ ଏଥର ମଧ୍ୟ ନୂଆ ସିଜନରେ ନୂଆ ନାଗୀନଙ୍କୁ ଦେଖିବାକୁ ମିଳିବ ।
କିଛି ମାସ ପୂର୍ବରୁ ଶୋ’ର ଏକ ପ୍ରୋମୋ ରିଲିଜ ହୋଇଥିଲା । ଏଥିରେ ନୂଆ ନାଗୀନ ଚେହେରା ଦର୍ଶକଙ୍କ ପାଇଁ ସରପ୍ରାଇଜ ରଖାଯାଇଥିଲା । ସେହି ସମୟରୁ ଏହି କଥାକୁ ନେଇ ଚର୍ଚ୍ଚା ଚାଲିଥିଲା ଯେ ଏହି ସିଜନରେ ନାଗୀନ ରୂପେ କିଏ ନଜର ଆସିବ ।

ସୋସିଆଲ ମିଡିଆରେ ଏହି ସିକ୍ରେଠ ଚେହେରା ଉପରେ ଲୋକମାନେ ନିଜ ନିଜ ମତ ରଖିଛନ୍ତି । ନାଗୀନ-୪ ପାଇଁ ଏବେ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ନାଁ ଆସି ସାରିଲାଣି , କିନ୍ତୁ ୨ଟି ନାଁ ମୋନା ସିଂ ଏବଂ କ୍ରିଷ୍ଟଲ ଡିସୁଜାଙ୍କ ନାଁ ଖୁବ ଅଧିକ ଶୁଣିବାକୁ ମିଳିଛି । ମାତ୍ର ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଅନାଉଂସମେଂଟ ହୋଇନାହିଁ ।


ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମେ ‘ନାଗୀନ’ ପ୍ରଥମ ଏବଂ ଦ୍ୱିତୀୟ ସିଜନରେ ଅଭିନେତ୍ରୀ ମୋନୀ ରୟ ନଜର ଆସିଥିଲେ । ଏହାପରେ ନାଗୀନ୩’ରେ ସୁରଭି ଜ୍ୟୋତି ଏବଂ ଅନୀତା ହସନନ୍ଦାନୀ । ତେବେ ଶୁଣିବାକୁ ମିଳିଛି ଯେ ନାଗୀନ୪’ରେ ନଭେମ୍ବରରେ ଆରମ୍ଭ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More