Only for Entertainment

ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ମୋନାଲି ଠାକୁର୍, ହେଲେ ସମାଲୋଚନାର ଶିକାର

BizAsia
0 38

ବଲିଉଡ୍ କଣ୍ଠଶିଳ୍ପୀ ମୋନାଲି ଠାକୁରଙ୍କୁ ନେଇ ଦେଖିବାକୁ ମିଳିଛି ବିବାଦ । ବିବିସି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଅଭିନେତ୍ରୀ ଭାରତୀୟଙ୍କୁ ପଶୁଙ୍କ ସହ ତୁଳନା କରିଛନ୍ତି । ଯାହାକୁ ନେଇ ତାଙ୍କୁ ଅନେକ ସମାଲୋଚନା କରାଯାଇଛି ।

ବି-ଟାଉନର ଏହି ସୁରୁଲୀ ଗାୟିକା ନିଜର ଏକ ଇଂଟରଭ୍ୟୁକୁ ନେଇ ମୋନାଲି ହୋଇଛନ୍ତି ସମାଲୋଚନାର ଶୀକାର । ବିବିସିକୁ ଦେଇଥିବା ମୋନାଲି ଏକ ସାକ୍ଷାତକାରରେ ଭାରତୀୟଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ମୋନାଲି କହିଥିଲେ, ବିଦେଶରେ ଭାରତକୁ ଏକ ଖରାପ ଜାଗା ବୋଲି ଭାବନ୍ତି । ଆଉ ତାଙ୍କୁ ଏହି କଥା କଷ୍ଟ ଦେଇଥାଏ । ମୋନାଲି ନିଜ ସାକ୍ଷାତକାରରେ ଭାରତୀୟଙ୍କୁ ପଶୁ ବୋଲି ସମ୍ବୋଧନ କରିଥିଲେ । ଯାହାକୁ ନେଇ ତାଙ୍କୁ ଅନେକ ସମାଲୋଚନା କରାଯାଉଛି । ତେବେ ମୋନାଲି କଣ କହିଥିଲେ ନିଜର ଏହି ଇଂଟରଭ୍ୟୁରେ ଶୁଣନ୍ତୁ ।

ନିଜର ଏହି ଇଂଟର୍ଭ୍ୟୁରେ ମୋନାଲି ନିଜର କ୍ୟାରିୟର୍ ଓ ଷ୍ଟ୍ରଗଲ୍ ବିଷୟରେ କହିଥିଲେ । ମୋନାଲି ନିକଟରେ ନିଜର ସ୍ରୋତାଙ୍କ ପାଇଁ ଏକ ମ୍ୟୁଜିକ ଭିଡିଓ ଭେଟି ଦେଇଛନ୍ତି । ଖାସ୍ ଏହି ଗୀତ ପାଇଁ ବିବିସିକୁ ଦେଇଥିବା ସାକ୍ଷାତକାରରେ ଏମିତି ବିବାଦୀୟ କଥା କହି ଦେଇଥିଲେ ମୋନାଲି ।

ମୋନାଲି ଠାକୁର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ । ସୁମଧୁର ଗୀତ ସହ ବଲିଉଡରେ ନିଜ ଅଭିନୟ ଝଲକ ବି ପରଶି ଦେଇଛନ୍ତି ମୋନାଲି । ହେଲେ ଏବେ ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ମୋନାଲି ଆସିଛନ୍ତି ଚର୍ଚ୍ଚାର ପରିଶରକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More