Only for Entertainment

ଶୋକସଭାରେ ମାଙ୍କଡ ବନିଲା ସାହାରା, ଲୋକଙ୍କର ପୋଛିଲା ଲୁହ, ଭିଡିଓ ଭାଇରାଲ !

32

କେହି ମଣିଷଙ୍କୁ କୌଣସ ମାଙ୍କଡକୁ ଆଜି ପର୍ଯ୍ୟନ୍ତ ହଇରାଣ କରୁଥିବା ଦେଖିନାହାନ୍ତି । ଯଦି ଆପଣ ଦେଖିଥିବେ କେବେ ମାଙ୍କଡ ଜିନିଷ ଚୋରୀ କରୁଥିବାର ଆପଣ ଦେଖିଥିବେ ନଚେତ ଜିନିଷ ଲୁଚାଉଥିବାର ଦେଖିଥିବେ । ଏହି ହରକତ ଦେଖି ଲୋକମାନେ ଖୁବ ରାଗିଥାଆନ୍ତି । କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ମାଙ୍କଡର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଏହି ଭିଡିଓଟି କର୍ଣ୍ଣାଟକର ଅଟେ। ଘଟଣାଟି ଗଡାଗ ଜିଲ୍ଲାର ନାରଗୁଣ୍ଡ ଅଞ୍ଚଳର। ଗାଁର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତ୍ୟୁ ପରେ ମହିଳା ଏବଂ ସେଠାକାର ଲୋକମାନେ ଶୋକରେ ବୁଡ଼ି ରହିଥିଲେ। ଲୋକେ କାନ୍ଦୁଥିଲାବେଳେ ଏହି ସମୟରେ ସେଠାରେ ଏକ ମାଙ୍କଡଟି ପହଞ୍ଚି ଯାଇଥିଲା। ଶୋକସଭାରେ ମହିଳା କାନ୍ଦୁଥିଲାବେଳେ ଲୋକଙ୍କ ଲୁହ ପୋଛିଦେଇଥିଲା ମାଙ୍କଡ଼। ତାଙ୍କୁ ଚୁପ୍ କରିବା ସହିତ ତାଙ୍କୁ ସାନ୍ତ୍ୱନା ଦେଉଥିବାର ନଜର ଆସିଛି।

ଖାସ କଥା ହେଉଛି ଯେଉଁଦିନ ସେହି ମାଙ୍କଡ ଶୋକସଭାରେ ଆସି ପହଂଚ ଲୋକଙ୍କୁ ସାନ୍ତ୍ୱନା ଦେଇଥିଲା , ସେ ଦିନ ହନୁମାନ ଜୟନ୍ତି ଥିଲା । ମିଡିଆ ରିପୋର୍ଟ ମୁତାବକ ଏହି ନିଆରା ଘଟଣା କର୍ଣ୍ଣାଟକ ଜିଲ୍ଲାରେ ଘଟିଛି । ଏକ ମାଙ୍କଡର ଏଭଳି ସ୍ୱଭାବକୁ ଦେଖି ଲୋକେ ଭିଡିଓ ବନାଇବାରୁ ନିଜକୁ ରୋକି ପାରିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More