Only for Entertainment

ପ୍ରସ୍ତୁତ କରନ୍ତୁ ଗଜାମୁଗ ଚିକେନ ।

dailymotion
0 52

ଆବଶ୍ୟକ ସାମଗ୍ରୀ: ଚିକେନ୍, ଧନିଆ ପତ୍ର, ଗଜା ମୁଗ, ଟମାଟୋ ପେଷ୍ଟ, ତେଲ, ଗରମ ମସଲା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ପାଉଡ଼ର, ପିଆଜ କଟା, ନଡ଼ିଆ, ଲୁଣ, ଅଦା ଛେଚା, ରସୁଣ ଛେଚା, ତେଜ ପତ୍ର, ଡାଲ୍ଚିନି, ଗୁଜରାତି ଓ ଧନିଆ ପତ୍ର।
ପ୍ରସ୍ତୁତି ପ୍ରଣାଳି: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ ଡାଲ ଚିନି, ଗୁଜରାତି, ତେଜ ପତ୍ର ଓ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ ଅଦା ଛେଚା ଓ ରସୁଣ ଛେଚା ପକାନ୍ତୁ। ତା’ ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ କଷନ୍ତୁ। ମସଲା ଅଳ୍ପ କଷି ହେବା ପରେ ଧନିଆ ପାଉଡ଼ର, ଜିରା ପାଉଡ଼ର, ଓ ଟମାଟୋ ପେଷ୍ଟ ପକାନ୍ତୁ। ଏହା ପରେ ସେଥିରେ ଚିକେନ୍ ଓ ପାଣି ଦେଇ ୧୦ ମିନିଟ୍ ଘୋଡ଼େଇ ଦିଅନ୍ତୁ। ୧୦ ମିନିଟ୍ ପରେ ସେଥିରେ ଗଜା ମୁଗ ଓ ନଡ଼ିଆ କୋରା ପକାନ୍ତୁ। ଚିକେନ୍ ସିଝିବା ପରେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଗଜା ମୁଗ ଚିକେନ୍। ବର୍ତ୍ତମାନ ଏହାକୁ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More