Only for Entertainment

ପାଚିଲା ଅପେକ୍ଷା ଶରୀର ପାଇଁ ଅଧିକ ହିତକର କଂଚା କଦଳୀ !

ndtv
0 56

ପ୍ରାୟତଃ ଲୋକମାନେ ପାଚିଲା କଦଳୀକୁ ଖାଇବାକୁ ପସନ୍ଦ କରିଥାନ୍ତି । ଯାହାକି ଶରୀରକୁ ତୁରନ୍ତ ଶକ୍ତି ଦେଇଥାଏ । ପ୍ରତିଦିନ ସକାଳ ଉଠୁ ଉଠୁ ପାଚିଲା କଦଳୀକୁ ବ୍ରେକ୍‌ଫାଷ୍ଟ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କଞ୍ଚା କଦଳୀ ପାଚିଲା କଦଳୀ ଠାରୁ ଶରୀରପ୍ରତି ଅଧିକ ଲାଭଦାୟକ ?

୧. ଏଥିରେ ପୋଟାସିୟମର ପରିମାଣ ଭରପୂର ଥିବାରୁ ଏହା ରୋଗ ପ୍ରତିଷୋଧକ ଶକ୍ତି ବଢ଼ାଇଥାଏ । ଏହା ସହ ଦିନ ତମାମ ଶରୀରକୁ ଫୁର୍ତ୍ତି ରଖିଥାଏ ।

୨. କଞ୍ଚା କଦଳୀରେ ଥିବା ଭିଟାମିନ ବି-୬ ଏବଂ ଭିଟାମିନ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ।

୩. ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇଲେ ଶରୀରକୁ ଲାଭ ମିଳିଥାଏ ।

୪. ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରତି ଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆ ଯାଇଥାଏ । ଏଥିରେ ଭରପୂର ପରିମାଣରେ ଫାଇବର ଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍‌ ସେଲଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ ।

୫.କୋଷ୍ଠକାଠିନ୍ୟର ସମସ୍ୟା ଦୂର କରିବାକୁ ଚହୁଁଥିଲେ କଞ୍ଚା କଦଳୀ ଖାଇବା ଆରମ୍ଭ କରି ଦିଅନ୍ତୁ । ଏଥିରେ ଥିବ ଷ୍ଟାର୍ଚ ଏବଂ ଫାଇବର ପେଟକୁ ସଫା କରିଥାଏ ।

୬.ଏଥିରେ କ୍ୟାଲସିୟମର ପରିମାଣ ଅଧିକ ଥିବାରୁ ଏହା ହାଡକୁ ଶକ୍ତ ରଖିବା ସହ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More