Only for Entertainment

ଅଧିକ ଯୌନସାଥୀ କରନ୍ତୁ ନାହିଁ : ହୋଇପାରେ ପ୍ରୋଷ୍ଟେଟ କ୍ୟାନସର !

funlimits
0 44

ଆଜିକାଲି ସମସ୍ତେ ଖୁଲମଖୁଲା ଜୀବନ ଜିଇଁବାକୁ ପସନ୍ଦ କରୁଛନ୍ତୁ । ହାତ ପାହାନ୍ତାରେ ସବୁକିଛି । ଇଂଟରନେଟ ମଣିଷକୁ ସବୁ ସୁବିଧା ଯୋଗାଇଦେଇଛି । ସଂସାରରେ କୈାଣସି ଜିନିଷର ଅଭାବବୋଧ ହେଉନାହିଁ । ମଣିଷ ନିଜକୁ ଆଉ ଏକଲା ଭାବୁନାହିଁ । ସାଥୀ ,ସଂପର୍କ ଓ ସମ୍ବନ୍ଧ ଏସବୁରେ ଆଉ ଲଗାମ ନାହିଁ ।

ଇଂଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ କ୍ୟାନସରର ରିପୋର୍ଟ ଅନୁସାରେ , ଅଧିକ ଯୌନସାଥୀ କରୁଥିବା ଲୋକଙ୍କୁ ହୋଇପାରେ ପ୍ରୋଷ୍ଟେଟ କ୍ୟାନସର । ଆଉ ଏହା ଜୀବନକୁ ମରଣ ମୁହଁକୁ ମଧ୍ୟ ଠେଲିଦେଇ ପାରେ । ଏହା ଯେତେ ସୁରକ୍ଷିତ ହେଲେ ମଧ୍ୟ ଭୟାବହ ।

ଏକ ଅନୁଧ୍ୟାନରୁ କଣାପଡିଛି ଯେଉଁ ବ୍ୟକ୍ତି ତାର ଜୀବନକାଳ ମଧ୍ୟରେ ୭ରୁ ଅଧିକ ଯୌନ ସାଥୀ କରିଥିବ ସେହି ବ୍ୟକ୍ତିଙ୍କୁ ଅଧିକ ପ୍ରୋଷ୍ଟେଟ କ୍ୟାନସର ସମସ୍ୟା ରହିଛି । ଆଉ ମଧ୍ୟ ପ୍ରଥମରୁ ଅନବରତ ଯୌନ କ୍ରିୟାରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ବିପଦପୂର୍ଣ୍ଣ । ଏଣୁ ଅତ୍ୟଧିକ ଯୌନ କ୍ରିୟାକଳାପ ଦ୍ୱାରା ଶରୀରରେ ହର୍ମୋନାଲରେ ପରିବର୍ତନ ଦେଖିବାକୁ ମିଳିଥାଏ ।

୪୪ଅଷ୍ଟ୍ରେଲିଆର କ୍ୟାନସର କାଉନସିଲ ନିଉ ସାଉଥ ୱେଲ୍ସର ଭିସାଲିନ ନାୟାରଙ୍କ ସୂଚନା ଅନୁସାରେ ୫୦ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ଯଦି ଅଧିକ ଯୌନସାଥି କରୁଥିବେ , ସେମାନଙ୍କୁ ଏହି ପ୍ରୋଷ୍ଟେଟ କ୍ୟାନସର ହେବାର ସମ୍ଭାବନା ଖୁବ୍ ଅଧିକ ।

ଏଣୁ ଆପଣ ହିଁ ବିଚାର କରନ୍ତୁ କେଉଁଟା ଠିକ୍ । କ୍ଷଣିକ ସୁଖରେ ସାରା ଜୀବନ ପଶ୍ଚାତାପ କରିବା ଠିକ୍ ନା ନିଜକୁ ସଂଯତରେ ରଖି ଏକ ସୁଖି ଜୀବନ ଜିଇଁବା ଠିକ୍ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More