Only for Entertainment

ଅଧିକ ତରଭୁଜ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଂଚିଥାଏ ।

wallpaperabyss
0 48

ଗରମ ଦିନ ହେବା ମାତ୍ରେ ସମସ୍ତେ ଥଣ୍ଡା ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରନ୍ତି । ପ୍ରାୟତଃ ଲୋକ ଫଳମୂଳ ଖାଆନ୍ତି । ବିଶେଷ କରି ଫଳ ମାନଙ୍କ ମଧ୍ୟରେ ତରଭୁଜ ଖାଇବାକୁ ଅଧିକ ଲୋକ ପସନ୍ଦ କରନ୍ତି । କାରଣ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳର ମାତ୍ରା ବଢିଥାଏ । ତରଭୁଜ ଯେତିକି ମିଠା ଏବଂ ସ୍ୱାଦିଷ୍ଟ ହୋଇଥାଏ ସେତିକି ଭିଟାମିନରେ ମଧ୍ୟ ଭରପୁର ରହିଥାଏ । ଏଥିରେ ଫ୍ୟାଟର ମାତ୍ରା ଅଧିକ ନଥାଏ ଏବଂ ଭିଟାମିନ ଏ,ଭିଟାମିନ ବି ୬,ଭିଟାମିନ ସି ସହିତ ମିନେରାଲସ ଭଳି ପୋଟାସିୟମ,ଲାଇକୋପିନର ମାତ୍ରା ଭଲ ରହିଥାଏ । ଏହାକୁ ଖାଇବା ଦ୍ୱାରା ବିଭିନ୍ନ ଫାଇଦା ମିଳିଥାଏ କିନ୍ତୁ ଏହା କେତେକ କ୍ଷତି ମଧ୍ୟ ପହଂଚାଇଥାଏ ।

ତରଭୁଜ ଅଧିକ ଖାଇବା ଦ୍ୱାରା ଶରୀରରେ ଜଳର ମାତ୍ରା ବଢିଯାଏ । ଅଧିକ ଜଳ ବଢିଯିବା ଦ୍ୱାରା ତାହା ଶରୀରରୁ ବାହାରିପାରେ ନାହିଁ । ତେଣୁ ବ୍ଲଡ ଭଲ୍ୟୁମର ସ୍ତର ବଢିଯାଏ ଏବଂ ଶରୀର ଦରଜ ଆଦି ସମସ୍ୟା ଦେଖାଦିଏ ।

ତରଭୁଜରେ ଡାଇଟରି ଫାଇବର ମଧ୍ୟ ରହିଥାଏ । ଯାହାକୁ ଅଧିକ ଖାଇବା ଦ୍ୱାରା ପେଟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦିଏ । ଏହା ଦ୍ୱାରା ଗ୍ୟାସ,ପେଟ ଫୁଲିବା ଏବଂ ଡାୟରିଆ ଭଳି ସମସ୍ୟା ଦେଖାଦିଏ ।

ତରଭୁଜ ଅଧିକ ଖାଇବା ଦ୍ୱାରା ଗ୍ଲୁକୋଜର ସ୍ତର ବଢିଯାଏ । ତେଣୁ ମଧୁମେହ ରୋଗୀ ଏହାକୁ ଖାଇବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More