Only for Entertainment

ଗାଁ ଦାଣ୍ଡରେ ଶାଶୂକୁ ଘୋଷାଡି ମାରିଲା ବୋହୂ ! ଦେଖନ୍ତୁ ଭାଇରାଲ ଭିଡିଓ

231

ଆଇନକାନୁନ ଯେତେ କଠୋର ହେଲେ ବି ଅସହାୟ ବୃଦ୍ଧବୃଦ୍ଧାଙ୍କ ଉପରେ ପୁଅ/ବୋହୂଙ୍କ ନିର୍ଯାତନା ଦିନକୁ ଦିନ ବଢ଼ି ଚାଲିଛି ସିନା ଥମିବାର ନାଁ ନେଉନି । ପର୍ଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗାଁରେ ୮୨ ବର୍ଷର ଜଣେ ବିଧବା ବୃଦ୍ଧା ପଡ଼ିଶା ଘର ତିଅଣ ଖାଇଦେଲେ ବୋଲି ବୋହୂ ତାଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି ଲହୁଲୁହାଣ କରିବା ଘଟଣା ଦେଖଣାହାରୀଙ୍କୁ ତଟସ୍ଥ କରିଦେଇଛି । ଆଜି ମଧ୍ୟାହ୍ନରେ ସଂଘଟିତ ଏହି ହୃଦୟ ବିଦାରକ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି ।

ନିବେଦିତାଙ୍କ ସୂଚନା ଅନୁଯାୟୀ, ଗେହ୍ଲେଇକାଟେଣୀ ଗାଁର ବୃଦ୍ଧା ପାରେଇ ନାୟକ ସ୍ବାମୀଙ୍କ ମୃତ୍ୟୁ ପରେ ସେ ତାଙ୍କର ଏକମାତ୍ର ପୁଅ ଲଛମନ ସହ ରହୁଛନ୍ତି। ଅତି ଗରିବ ଶ୍ରେଣୀର ଲଛମନ ମୂଲ ଲାଗି ପରିବାର ଚଳାଇଥାନ୍ତି। ସେ କାମକୁ ବାହାରିଯିବା ପରେ ବୋହୂ ସବିତା ସାମାନ୍ୟ କଥାକୁ କେନ୍ଦ୍ରକରି ଶାଶୂଙ୍କୁ ମାଡ଼ଗାଳି ଦିଅନ୍ତି। ବୃଦ୍ଧାବସ୍ଥାରେ ମନ ଚାହିବାରୁ ପାରେଇ ଆଜି ମଧ୍ୟାହ୍ନରେ ପଡ଼ିଶା ଘରୁ ଟିକେ ତିଅଣ ଆଣି ଖାଇଥିଲେ। ତେବେ ଏହା ଜାଣିବା ପରେ ବୋହୂ ସବିତାଙ୍କ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା। ସେ ରାଗରେ ନିଜ ହିତାହିତ ଜ୍ଞାନ ଭୁଲି ବିଚାରି ଚମ ଧୁଡୁଧୁଡୁ ପାରେଇଙ୍କୁ ଖାଇବା ଜାଗାରୁ ଘୋଷାଡ଼ି ନେଇଥିଲେ ରାସ୍ତା ଉପରକୁ। ଗାଁ ପକ୍‌କା ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ଲହୁଲୁହାଣ କରି ଦେଇଥିଲେ।

ବୃଦ୍ଧା ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ବୋହୂର ଗୋଡ଼ ଧରି ନେହୁରା ହୋଇଥିଲେ ବି ସେ କିଛି ଶୁଣିନଥିଲେ। ତେବେ ତାଙ୍କ କାନ୍ଦବୋବାଳି ଶୁଣି ପାଖପଡ଼ୋଶୀ ପଦାକୁ ବାହାରି ଆସିବାରୁ ସବିତା ତାଙ୍କୁ ରାସ୍ତାରେ ସେମିତି ଗଡ଼ାଇ ଦେଇ ପଳାଇ ଯାଇଥିଲେ। ଏ ସଂପର୍କରେ ପୂର୍ବତନ ସରପଞ୍ଚ ସିଷ୍ଟର ନିବେଦିତାଙ୍କଠାରୁ ଖବର ପାଇ ପୁଲିସ ସଂଧ୍ୟାରେ ପାରେଇଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏ ସଂପର୍କରେ ପର୍ଜଙ୍ଗ ଥାନାଧିକାରୀ ଏ. କେ. ଡୁଙ୍ଗଡୁଙ୍ଗଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣା ସଂପର୍କରେ କେହି ଅଭିଯୋଗ କରି ନଥିବାରୁ ମାମଲା ରୁଜୁ ହୋଇନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More