Only for Entertainment

ରୋଷେଇରେ ବିଳମ୍ବ ହେବାରୁ ବୋହୂର ଆଙ୍ଗୁଳି କାଟିଲେ ଶାଶୂ !

Fight for Change
25

ବରେଲିର ହରଗୋବିନ୍ଦ ନଗର ଅଞ୍ଚଳରେ ଏକ ବଡ଼ ଅଜବ ଘଟଣା ପଦାକୁ ଆସିଛି ଯାହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଇଛି । ସୂଚନା ଅନୁସାରେ ଏଠାକାର ୩୨ ବର୍ଷିୟା ମହିଳା ପ୍ରୀତି ଭାରତୀ ରୋଷେଇ କରିବାରେ ବିଳମ୍ବ କରିଥିବାରୁ ତାଙ୍କ ଶାଶୂ ତାଙ୍କ ଆଙ୍ଗୁଳି କାଟିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆସିବା ପରେ ଥାନା କର୍ମଚାରୀ ଏହାକୁ ନେଇ ଏକ ମାମଲା ରୁଜୁ କରିଛନ୍ତି ।

ଥାନା ଅଧିକାରୀଙ୍କ କହିବା ଅନୁସାରେ ପ୍ରୀତି ତାଙ୍କ ପୁଅକୁ କ୍ଷୀର ପିଆଉଥିଲା ବେଳେ ଶାଶୂ ସୁଶୀଳା ଦେବୀ (୬୫)ରୋଷେଇ କରିବାକୁ କହିଥିଲେ । ପୁଅକୁ କ୍ଷୀର ପିଆଇବା ପରେ ରୋଷେଇ କରିବ ବୋଲି ପ୍ରୀତି କହିବାରୁ ରାଗିକରି ସୁଶୀଳା ତାଙ୍କ ଡାହାଣ ହାତର ଆଙ୍ଗୁଳିକୁ କାଟିଦେଇଥିଲେ । ତୁରନ୍ତ ପ୍ରୀତି ପୁଲିସକୁ ସୂଚନା ଦେଇଥିଲା ବେଳେ ଘଟଣା ସ୍ଥଳରେ ପୁଲିସ୍‍ ପହଞ୍ଚିଲା ବେଳକୁ ସୁଶୀଳା ଫେରାର ହୋଇଯାଇଥିଲେ । ପ୍ରୀତିଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More