Only for Entertainment

‘ପି ସେ ପ୍ୟାର, ଏଫ ସେ ଫରାର’ର ଦମଦାର ପୋଷ୍ଟର ରିଲିଜ , ଜିମ୍ମି ସେରଗିଲ ଆସିବେ ମୁଖ୍ୟ ଭୂମିକାରେ ନଜର !

53

ଆୟୁଷ୍ମାନ ଖୁରାନା ନିକଟରେ ରିଲିଜ ହୋଇଥିବା ‘ଆର୍ଟିକଲ୧୫’ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଆପଣମାନେ ଜାଣିଥିବେ ଫିଲ୍ମ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫ ଉପରେ ପର୍ଯ୍ୟବେଶିତ । ବଲିଉଡ ଅଭିନେତା ଜିମ୍ମି ଶେରଗିଲଙ୍କ ଆଗାମୀ ଫିଲ୍ମ ମଧ୍ୟ ଏହି ବିଷୟ ଉପରେ ଆଧାରିତ । ଏହି ଫିଲ୍ମର ନାଁ’ ରହିଛି ‘ପ ସେ ପ୍ୟାର, ଫ ସେ ଫରାର’ । ଏହି ଫିଲ୍ମର ଏକ ମୋଶନ ପୋଷ୍ଟର ରିଲିଜ ହୋଇଛି ଯାହାକି ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମର କାହାଣୀ ମଥୁରାରେ ହୋଇଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହି ଫିଲ୍ମରେ ଦୁଇ ଜଣ ନବଦମ୍ପତି ଦେଖାଯାଇଛନ୍ତି । ଯିଏ କି ସମାଜ ବିରୁଦ୍ଧରେ ଯାଇ ଆନ୍ତଜାର୍ତିକ ପ୍ରେମ ବିବାହ କରିଛନ୍ତି । ବିବାହ ପରେ ଏହି ନବଦମ୍ପତିଙ୍କୁ କିଭଳି ସମାଜକୁ ସାମ୍ନା କରିବାକୁ ପଡିଛି ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମ ୧୮ଅକ୍ଟୋବାର ୨୦୧୯ରେ ରିଲିଜ ହେବ । ଦେଖନ୍ତୁ ଏହାର ମୋଶନ ପୋଷ୍ଟର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More