Only for Entertainment

‘ଝୁଠା କହିଁ କା’ର ମୋଶନ ପୋଷ୍ଟର ରିଲିଜ, କମେଡିରେ ଭରପୂର ଋଷି କପୁର, ଜିମି ସେରଗିଲଙ୍କ ଏହି କାହଣୀ

The Live Mirror
30

‘ଝୁଠା କହିଁ କା’ର ମୋଶନ ପୋଷ୍ଟର ନିକଟରେ ରିଲିଜ ହୋଇଛି । କିଛି ଦିନରୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ରିଲିଜ ହୋଇଥିବା ଏହି ପୋଷ୍ଟରରେ ଋଷି କପୁର, ଜିମି ସେରଗିଲ, ଓମକାର କପୁର ଏବଂ ସନି ସିଂ ନଜର ଆସିଛନ୍ତି ।

ଆପଣଙ୍କୁ କହିରଖୁଛୁ ଫିଲ୍ମର ମୋଶନ ପୋଷ୍ଟ ରିଲିଜ ହେବା ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ରିଲିଜ ହୋଇଥିଲା । ଏହି ଫିଲ୍ମ ସେବେଠାରୁ ଚର୍ଚ୍ଚାରେ ରହିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମର ପୋଷ୍ଟର ସେୟାର କରିବା ସହିତ ଫିଲ୍ମର ରିଲିଜ ଡେଟ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି ।

ଏହି ଫିଲ୍ମ ୧୯ ଜୁଲାଇ ୨୦୧୯ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପୋଷ୍ଟରରେ ୪ ଜଣ କଳାକାରଙ୍କ ମଧ୍ୟରେ ମଜାଦାର ଜୁଗଳବନ୍ଧୀ ଦେଖିବାକୁ ମିଳିଛି । କହିରଖୁଛୁ ଯେ ଋଷି କପୁର ଗତ ଏକ ବର୍ଷରୁ ନ୍ୟୁୟର୍କରେ କ୍ୟାନସର ଚିକିତ୍ସା କରାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More