Only for Entertainment

ମୋଟର ସାଇକେଲ ରେସରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇବାକୁ ଯାଇ ଉଠାଇଲେ ଏଭଳି ପଦକ୍ଷେପ, ସାରା ଜୀବନ ପାଇଁ ହେଲେ ଗେମରୁ ବ୍ୟାନ !

timesnow
0 48

ଲଣ୍ଡନରେ ଆୟୋଜିତ ହୋଇଥିବା ଏକ ମୋଟରସାଇକେଲ ରେସରେ ଜଣେ ବାଇକ ଆରୋହୀ ନିଜ ପ୍ରତିଦ୍ୱନ୍ଦୀଙ୍କୁ ହରାଇବା ଲାଗି କିଛି ଏଭଳି ପଦକ୍ଷେପ ନେଇଥିଲେ , ଯେଉଁକାରଣରୁ ତାଙ୍କୁ ସାରା ଜୀବନ ଲାଗତ ଗେମରୁ ବହିଷ୍କାର କରାଯାଇଛି । ଇଟାଲିୟନ ମୋଟୋ ଜିପି୨ ଆରୋହୀ ରୋମାନୋ ଫେନାଟି ଜୈନ ମେରିନୋ ଜିପି ରାଇଡ ସମୟରେ ନିଜ ପ୍ରତିଦ୍ୱନ୍ଦୀଙ୍କ ଫ୍ରଂଟ ବ୍ରେକ ଟାଣି ତାଙ୍କୁ ଫୋପାଡିବା ଲାଗି ପ୍ରୟାସ କରିଛନ୍ତି ।ଫେନାଟି ନିଜ ପ୍ରତିଦ୍ୱନ୍ଦୀ ଷ୍ଟେଫାନୋ ମଂଜିଙ୍କ ସହ ଏହି ରାଇଡରେ ଭାଗ ନେଇଥିଲେ ।

ଏଥିରେ ଯେତେବେଳେ ତାଙ୍କ ସ୍ପିଡ ୨୨୫କିମି ପ୍ରତି ଘଂଟା ହୋଇଥିଲା ସେହିସମୟରେ ଫେନାଟି ନିଜ ପ୍ରତିଦ୍ୱନ୍ଦୀ ମଂଜି ଙ୍କ ଫ୍ରଂଟ ବ୍ରେକକୁ କହିବା ମୁତାବକ ଟାଣି ତାଙ୍କୁ ଫୋପାଡିବା ଲାଗି ପ୍ରୟାସ କରିଥିଲେ ।

ଏହି ଘଟଣା ପରେ ସଙ୍ଗେ ସଙ୍ଗେ ଫେନାଟିଙ୍କୁ ଏହି ରାଇଡରୁ ବାହାର କରି ଦେଇଥିଲେ ଏବଂ ଏପରିକି ତାଙ୍କୁ ଜୀବନରେ କେବେ ଜୀବନ ସାରା ନ ଖେଳିବା ପାଇଁ ରୋକ ଲଗାଇ ଦିଆଯାଇଛି । ରେସିଂ ଗେମର ମାଲିକ ମଧ୍ୟ ତାଙ୍କ ଉପରେ ରାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More