Only for Entertainment

ନାଗିନ ଥ୍ରିରୁ ବାହାରିଲେ ମୌନି ରାୟ ଏବଂ ଆଦା ଖାନ, ନଜର ଆସିବେ ନୂଆ ଅଭିନେତ୍ରୀ

Hindustan Times
0 97

ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମୌନି ରାୟ ଜଣେ । ସେ ନିଜର ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ମେଗା ଧାରାବାହିକରେ ନୁହେଁ ବରଂ ରିୟାଲିଟି ଶୋରେ ମଧ୍ୟ ସେ ନିଜର ଜଲୱା ଦେଖାଇ ସାରିଛନ୍ତି । ଆଉ କେବେ କେବେ ସେ ବିଗବସ୍ ଏଣ୍ଡରେ ସଲମାନଙ୍କ ସହିତ ନଜର ଆସିଛନ୍ତି । ଯେଉଁଥି ପାଇଁ ଦର୍ଶକ ତାଙ୍କୁ ଏବଂ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି । ମୌନି ‘କ୍ୟୋଁ କି ଶାଶ ଭି କଭି ବହୁ ଥି’, ଦେବୋ କେ ଦେବ ମହାଦେବ ଏବଂ ନାଗିନ ଆଦି ମେଗା ଧାରାବାହିକରେ ଅଭିନୟ କରି ସାରିଛନ୍ତି । ବିଶେଷ କରି ନାଗିନ ସିରିଅଲ ତାଙ୍କ ଗ୍ଲାମରସ କ୍ୟାରିଅର ପାଇଁ ସଫଳତାର ଦ୍ୱାର ଖୋଲିଥିଲା, ଯାହାଦ୍ୱାରା ସେ ଖୁବ ପରିଚିତ ହୋଇପାରିଥିଲେ ।
ଏକତା କପୁରଙ୍କ ନାଗିନ ୧ ଏବଂ ନାଗିନ ୨ରେ ମୌନିଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ନାଗିନ ଥ୍ରିରେ ମଧ୍ୟ ଏକତା କପୁର ମୌନିଙ୍କୁ ନେବାପାଇଁ ଚାହୁଁଥିଲେ, କିନ୍ତୁ ମୌନି ଏଥିପାଇଁ ମନା କରିଦେଇଥିଲେ । ନାଗିନ ଥ୍ରିର ଟେଲିକାଷ୍ଟ ପାଇଁ ନୂଆ ଅଭିନେତ୍ରୀ ଖୋଜା ଚାଳିଥିଲା । କିନ୍ତୁ ଏବେ ଏକତା କପୁର ତାଙ୍କ ଇଂଷ୍ଟାଗ୍ରାମ ଆକାଂଉଟରେ ମୌନିଙ୍କ ଏକ ପୁରୁଣା ଫଟୋକୁ ପୋଷ୍ଟ କରି ନୂଆ ନାଗିନ ବିଷୟରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନାଗିନ ଥ୍ରିରୁ ମୌନି ରାୟ ଏବଂ ଅଦା ଖାନ ବାହାର ହୋଇଯାଇଛନ୍ତି । ଆଗାମୀ ଦିନରେ ସିରିଅଲରେ ଦୁଇ ନୂଆ ଚେହେରା ଦେଖିବାକୁ ମିଳିବ ।
ମୌନି ରାୟ ଏବେ ନିଜର ଫିଲ୍ମ କ୍ୟାରିଅରକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସେ ଆଗାମୀ ଦିନରେ ବଲିଉଡରେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ଗୋଲଡରେ ନଜର ଆସିବେ । ଏହା ବ୍ୟତୀତ ସେ ସଲମାନଙ୍କ ସହିତ କାମ କରିବେ ବୋଲି ମଧ୍ୟ ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More