Only for Entertainment

ମୋନି ରୟଙ୍କର ଖୋଲିଲା ଭାଗ୍ୟ, ଏହି ସମସ୍ତ ଫିଲ୍ମରେ ନଜର ଆସିବେ ମୋନି

india
0 61

ଅଭିନେତା ରାଜକୁମାର ରାଓ ଆସନ୍ତା ବର୍ଷ ନିର୍ମାତା-ନିର୍ଦ୍ଦେଶକ ଦିନେଶ ବିଜନଙ୍କ ଫିଲ୍ମ ‘ମେଡ ଇନ ଚାଇନା’ରେ ଗୁଜୁରାତି ବ୍ୟବସାୟୀ ଭୁମିକା ରେ ନଜର ଆସିବେ । ତାଙ୍କ ପାଇଁ ହିରୋଇନ ଙ୍କ ତଲାସ ଜାରି ଥିବା ବେଳେ ଏବେ ଏହାର ଅବସାନ ଘଟିଛି। ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ରେ ଡେବ୍ୟୁ କରିଥିବା ମୋନି ରୟଙ୍କୁ ରାଜକୁମାର ଙ୍କ ବିପକ୍ଷରେ ଅଭିନୟ କରିବା ଲାଗି ଫାଇନାଲ କରାଯାଇଛି । ମୋନିଙ୍କୁ ଏବେ ଜନ ଇବ୍ରାହିମ ଷ୍ଟାରର ‘ରା’ ପାଇ ମଧ୍ୟ ବଛା ଯାଇଛି।

‘ମେଡ ଇନ ଚାଇନା’ ସୁଟିଂ ରାଜକୁମାର ନିର୍ଦ୍ଦେଶକ ହଂସଲ ମେହେଟା ଙ୍କ ଫିଲ୍ମ ସ୍ୱାଗତ ହେ ପରେ ଆରମ୍ଭ କରିବେ ।ଏହି ଫିଲ୍ମରେ ତାଙ୍କ ଗାର୍ଲଫ୍ରେଣ୍ଡ ପତ୍ରଲେଖା ହେରାଇନ ଭାବେ ନଜର ଆସିବେ । ଏବେ ରାଜକୁମାର କଂଗନାଙ୍କ ସହ ଫିଲ୍ମ ମେଣ୍ଟାଲ ହେ କ୍ୟା ସୁଟିଂ ରେ ବ୍ୟସ୍ତ ଅଛନ୍ତି ।

ରାଜକୁମାର ଶ୍ରଦ୍ଧା କପୂର ଙ୍କ ସହ ଅଭିନୟ କରିଥିବା ଫିଲ୍ମ ସ୍ତ୍ରୀ’ର ରିଲିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂତ୍ର ମୁତବିକ ମୋନି ରାଜକୁମାର ଙ୍କ ସହ ଅଭିନୟ କରିବାକୁ ଉତ୍ସାହିତ ଥିଲେ ଏହି କାରଣରୁ ସ୍କ୍ରିପ୍ଟ ଶୁଣୁ ଶୁଣୁ ଫିଲ୍ମ ପାଇଁ ସ୍ୱୀକୃତି ଦେଇଥିଲେ ।

ଏହା ମଧ୍ୟରେ ରଣବିର କପୂର-ଆଲିଆ ଭଟ ଷ୍ଟାରର ‘ବ୍ରମହାସ୍ତ୍ର’ ଶୁଟିଂରେ ଵ୍ୟସ୍ତ ଅଛନ୍ତି । ସଲମାନଙ୍କ ଦବଙ୍ଗ-୩ ରେ ମୋନି ଆସିବାର ଚର୍ଚ୍ଚା ଚାଲିଥିଲା ମାତ୍ର କିଛି ଦିନ ପୂର୍ବେ ମୋନି ଏହାର ଖୁଲସା କରି ଅସ୍ବୀକାର କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More