Only for Entertainment

ମୌନି ରୟଙ୍କ କାର ସହିତ ଦୁର୍ଘଟଣା, ମରୁ ମରୁ ବଂଚିଲେ ଅଭିନେତ୍ରୀ

koimoi
127

ଅଭିନେତ୍ରୀ ମୌନି ରୟ ସଡ଼କ ଦୁର୍ଘଟଣାରୁ ମରୁ ମରୁ ବଂଚିଛନ୍ତି । ବାସ୍ତବରେ ୧୮ ସେପ୍ଟେମ୍ବରକୁ ‘ମେଡ ଇନ ଚାଇନା’ର ଟ୍ରେଲର ଲଂଚ ହୋଇଛି । ଏହି ଇଭେଂଟରେ ପହଂଚିବା ପରେ ସେ ତାଙ୍କ କାର ନେଇ ଘରୁ ବାହାରିଥିଲେ । ଏହି ମଧ୍ୟରେ ଜୁହୁରେ ମୁମ୍ବାଇ ମେଟ୍ରୋର ନିର୍ମାଣଧୀନ ସାଇଟରୁ ଏକ ବଡ଼ ପଥର ତାଙ୍କ କାର ଉପରେ ପଡ଼ିଲା । ଘଟଣାରେ ତାଙ୍କ କାର ର ସନ ରୁଫ ଭାଙ୍ଗି ଯାଇଛି । ତେବେ ଟ୍ୱିଟର ହ୍ୟାଣ୍ଡେଲରେ ମୌନି ଏହାର ସୂଚନା ଦେଇଛନ୍ତି ।

 

ଟ୍ୱିଟ କରି ଏକ ଭିଡ଼ିଓ ଶେୟାର କରିଛନ୍ତି ମୌନି । ଭିଡ଼ିଓରେ ମୌନିଙ୍କ ଭାଙ୍ଗି ଯାଇଥିବା କାରକୁ ଦେଖିବାକୁ ମିଳିଛି । ଅବଶ୍ୟ ମୌନିଙ୍କୁ କୌଣସି ଗଭୀର ଆଘାତ ଲାଗିନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି ଯଦି କେହି ଚାଲି ଚାଲି ଯାଉଥାନ୍ତା ତେବେ କ’ଣ ହୋଇଥାନ୍ତା? କ’ଣ ସେ ବଂଚି ପାରିଥାନ୍ତା?ଏହା ଏକ ପ୍ରଶ୍ନବାଚୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More