Only for Entertainment

ନବାଜୁଦ୍ଦିନ ସିଦ୍ଦିକିଙ୍କ ଫିଲ୍ମ ‘ବୋଲେ ଚୁଡିୟାଁ’ରୁ ଆଉଟ ହେଲେ ମୌନୀ ରୟ, ମକର୍ସ ଲଗାଇଲେ ଏହି ଆରୋପ

google
29

ଟିଭିରୁ ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ ମୌନୀ ରୟଙ୍କୁ ନେଇ ଏ କ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ମୌନୀ ରୟ ଏବଂ ନବାଜୁଦ୍ଦିନ ସିଦ୍ଦିକିଙ୍କ ଆଗାମୀ ଫିଲ୍ମ ‘ବୋଲେ ଚୁଡିୟାଁ’ରୁ ପ୍ରଡ୍ୟୁସର ମୌନୀଙ୍କୁ ବାହାର କରିଦେଇଛନ୍ତି । ପ୍ରଡ୍ୟୁସରଙ୍କ ସହିତ ଝଗଡା ପରେ ମୌନୀଙ୍କୁ ମେକର୍ସ ବାହାର ରାସ୍ତା ଦେଖାଇଛନ୍ତି ।

ଆଜ୍ଞା ହଁ , ମିଡିଆ ରିପୋର୍ଟ ଅନୁସାରେ ‘ବୋଲେ ଚୁଡିୟାଁ’ର ମେକର୍ସ ମୌନୀଙ୍କ ଉପରେ ଦାୟିତ୍ୱହୀନ ପରି ବ୍ୟବହାରର କରୁଥିବା ଆରୋପ ଲଗାଇଛନ୍ତି । ମେକର୍ସ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ମୌନୀ କିଛି ଦିନରୁ ଫିଲ୍ମର ଡେଟକୁ ନେଇ ହଇରାଣ କରୁଛନ୍ତି । ତାଙ୍କୁ ଯେବେ ବି ସ୍କ୍ରୁପ୍ଟ ରିଡିଂ ପାଇଁ ଡକାଯାଏ ସେ କେବେ ବି ଟାଇମରେ ଆସନ୍ତି ନାହିଁ । ଏହା ସହିତ ସେ ବିନା କାରଣରେ ସମସ୍ତଙ୍କୁ ହଇରାଣ କରୁଛନ୍ତି । ତାଙ୍କର ଏହି ଅନପ୍ରେଫେସନାଲ ବ୍ୟବହାର ପାଇଁ ଆମେ ଖୁବ ଅସୁବିଧାର ସାମ୍ନା କରୁଛୁ ।’

mouni

ମେକର୍ସ ଏହି ଆରୋପ ଲଗାଇବା ପରେ ମୌନୀ ରୟଙ୍କ ପ୍ରବକ୍ତା ଏକ ଇଣ୍ଟରଭ୍ୟୁରେ ରହିଛନ୍ତି, ‘ ମୌନୀ ଅନେକ ଫିଲ୍ମ କରିଛନ୍ତି । ଏବଂ ତାଙ୍କ କାମକୁ ନେଇ ଏବଂ ତାଙ୍କ ପ୍ରଫେସନାଲ ବ୍ୟବହାରକୁ ନେଇ ସବୁଠାରେ ପ୍ରଶଂସା ହୁଏ । ମେକର୍ସ ଯେଉଁ ସବୁ ଦାବି କରୁଛନ୍ତି ତାହାକୁ ନେଇ ତାଙ୍କ ପାଖରେ କିଛି ପ୍ରମାଣ ଅଛି କି ?’

ଆପଣଙ୍କୁ କହିରଖୁଛୁ ଯେ, ମେକର୍ସ ମୌନୀ ରୟଙ୍କୁ ଫିଲ୍ମରୁ ରିପ୍ଲେସ କରିଦେଇଛନ୍ତି । କିନ୍ତୁ ମୌନୀଙ୍କ ସ୍ଥାନରେ କେଉଁ ଅଭିନେତ୍ରୀ ନଜର ଆସିବେ ତାହା ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More