Only for Entertainment

ମାଗାଜିନ କଭର ଉପରେ ମୌନୀଙ୍କ ହଟ ଅନ୍ଦାଜ, ଅଫ-ଶୋଲ୍ଡର ଆଉଟଫିଟରେ ଦେଲେ ଏଭଳି ପୋଜ !

30

ବଲିଉଡ ଅଭିନେତ୍ରୀ ମୌନୀ ରୟ ଟିଭି ପରେ ଏବେ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଉଛନ୍ତି । ସେ ପୂର୍ବ ବର୍ଷ ଫିଲ୍ମ ଗୋଲ୍ଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିଥିଲେ । ଅଭିନୟ ସହ ନିଜ ଷ୍ଟାଇଲରେ ଫ୍ୟାନ୍ସମାନଙ୍କୁ କେବେ ହେଲେ ନିରାଶ କରନ୍ତି ନାହିଁ ମୌନୀ । ସେ ନିଜ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ସେ ଏକ ମାଗାଜିନ କଭର ପେଜରେ ନଜର ଆସିଛନ୍ତି ।

ଅସଲରେ ମୌନୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ରିପୋଷ୍ଟ କରିଛନ୍ତି , ଯେଉଁଥିରେ ସେ ମାଗାଜିନ କଭର ପେଜରେ ନଜର ଆସିଛନ୍ତି । ମୌନୀ ଞଗଗଇଣ୍ଡିଆରେ ଅପ୍ରେଲ ଡେବ୍ୟୁ ର ଚେହେରା ସାଜିଛନ୍ତି ।

ମୌନୀ ଅନେକ ସମୟରେ ସୋସିଆଲ ମିଡିଆରେ ନିଜ ଷ୍ଟାଇଲିସ ଫଟୋ ଶେୟାର କରନ୍ତି । ନିକଟରେ ତାଙ୍କ ଫିଲ୍ମ ରୋମିଓ ଅକବର ୱାଲ୍ଟର ରିଲିଜ ହୋଇଛି । ଏହି ଫିଲ୍ମରେ ମୌନୀ,ଜନ ଅବ୍ରାହମଙ୍କ ସହ ନଜର ଆସିଥିଲେ । ଯାହାର ପ୍ରମୋଶନ ପାଇଁ ମୌନୀ ଅନେକ ଷ୍ଟାଇଲିସ ଆଉଟଫିଟରେ ନଜର ଆସିଥିଲେ । ମୌନୀଙ୍କର ଏବେ ପର୍ଯ୍ୟନ୍ତ ୨ଟି ଫିଲ୍ମ ରିଲିଜ ହୋଇସାରିଲାଣି ଏହାକୁ ବାଦ୍ ଦେଲେ ଆହୁରୀ ଅନେକ ଫିଲ୍ମରେ ନଜର ଆସିବେ ମୌନୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More