Only for Entertainment

ନାଲି ରଂଗର ଲେହେଙ୍ଗାରେ ଯାଦୁ ବିଛାଇଲେ ମୌନୀ, ଦେଖିବାକୁ ମିଳିଲା ବଧୂ ବେଶ !

44

ବଲିଉଡ ଅଭିନେତ୍ରୀ ମୌନୀ ରୟ କିଛି ଦିନ ହେବ ନିଜର ନୂଆ ନୂଆ ଅବତାର ପାଇଁ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ତାଙ୍କ ଫଟୋ ଭାଇରାଲ ହେଉଥାଏ । ନିକଟରେ ସେ ନିଜ ଫଟୋସୁଟ ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି , ଯେଉଁଥିରେ ସେ ଖୁବ ସୁନ୍ଦର ନ  ଆସିଛନ୍ତି ।

ଏହି ଫଟୋରେ ମୌନୀ ନାଲି ରଂଗର ଲେହେଙ୍ଗାରେ ନର ଆସିଛନ୍ତି । ସେ ଏକ ନୂଆବଧୂ ଗେଟଅପରେ ନଜର ଆସିଛନ୍ତି । ନାଲିରଂଗ ଲେହେଙ୍ଗାରେ କୁନ୍ଦନ ଗହଣା ସହ ଖୁବ ସୁନ୍ଦର ଦିଶୁଛନ୍ତି । 

ସେ ଇନ୍ଦ୍ରଲୋକର ଅପସରୀ ଭଳି ନଜର ଆସୁଥିବା ବେଳେ, ସେ ବଧୂ ନୁହଁନ୍ତି ବରଂ କୃଷ୍ଣଙ୍କ ମୀରା ରୂପରେ ନଜର ଆସିଛନ୍ତି ।
ଆଜ୍ଞା ହଁ ଏହା ସେ ନିଜେ ଫଟୋ ଶେୟାର କରି କ୍ୟାପଶନ ଦେଇ ଜଣାଇଛନ୍ତି । କିଏ କହିଲା ଭଗବାନ ଆସନ୍ତି ନାହିଁ , ତମେ ମୀରାଙ୍କ ଭଳି ଡାକ ନାହିଁ ! କୃଷ୍ଣ ରାସ ରାଧା ବୋଲି ମୌନୀ କ୍ୟାପଶନ ଲେଖିଥିଲେ । ମୌନୀଙ୍କ ଲୁକ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ।

ମୌନୀଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛିଦିନ ପୂର୍ବେ ସେ ଗୋଲ୍ଡ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଅକ୍ଷୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବେ ସେ ବ୍ରାହ୍ମସ୍ତ୍ର ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଆଲିୟା ଭଟ୍ଟ, ରଣବୀର କପୂର ଏବଂ ଅମିତାଭ ବଚ୍ଚନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More