Only for Entertainment

ଏଥର IIFA ଆୱାର୍ଡରେ ପରଫର୍ମ କରିବେ ମୋନି ରୟ ।

WEBDUNIA
0 38

ଥାଇଲାଣ୍ଡରେ ବଲିଉଡର ସବୁଠାରୁ ବଡ ଆୱାର୍ଡ ସୋ’ IIFA ଆୟୋଜନ ଚାଲିଛି । ଏଥିରେ ସବୁବର୍ଷ ଭଳି ଏଥର ମଧ୍ୟ ବଡ ବଡ ଷ୍ଟାର ପରଫର୍ମ କରୁଥବାର ନଜର ଆସିବେ । ଏକ ରିପୋର୍ଟ ମୁତାବିକ ଅନେକ କଳାକାର କିଛି ସମସ୍ୟା ପାଇଁ ପରଫର୍ମ ପାଇଁ ମନା କରି ଦେଇଥିବାର ଜାଣିବାକୁ ମିଳିଥିଲା । ମାତ୍ର ଏହି ଲିଷ୍ଟରେ ଆଉ ଏକ ନୂଆ ନାଁ ଯୋଡି ହୋଇ ଯାଇଛି ।

ଖବର ମୁତାବିକ ଏଥର IIFA ଆୱାର୍ଡରେ ଟେଲିଭିଜନ ଦିବା ମୋନି ରୟ ପରଫର୍ମ କରିବେ । ଏହାପୂର୍ବରୁ ବାଣୀ କପୁର ଏହି ଆୱାର୍ଡ ଫଙ୍କସନ କରିଥାନ୍ତେ ମାତ୍ର ସେ ମନା କରିଦେଇଥିଲେ । ଏହାବ୍ୟତୀତ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ ଏଥର IIFAରେ ପରଫର୍ମ କରିବେ । ବାଣୀଙ୍କ ବ୍ୟତୀତ ସାହିଦ କପୁର ଆଘାତ କାରଣରୁ ପରଫର୍ମ କରିବାକୁ ମନା କରି ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ‘ନାଗୀନ’ରୂପରେ ଫେମସ ହୋଇଥିବା ମୋନି ରୟ ବଲିଉଡରେ ମଧ୍ୟ ଡେବ୍ୟୁ କରିବା ଲାଗି ଯାଉଛନ୍ତି । ସେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍ଡ’ରେ ସେ ହିନ୍ଦୀ ସିନେମାରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହାମଧ୍ୟ ଖବର ଆସିଛି ଯେ ୨୦ବର୍ଷ ପରେ ରେଖା ମଧ୍ୟ IIFAରେ ପରଫର୍ମ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More