Only for Entertainment

ବାହୁବଲୀ ନିର୍ଦ୍ଦେଶକ ରାଜାମୌଲୀଙ୍କ ଏହି ଆଗାମୀ ଫିଲ୍ମରେ ନଜର ଆସିବେ ଜାହ୍ନବୀ ?

0 71

ଗତ କିଛି ଦିନ ପୂର୍ବେ ଧଡକ ଫିଲ୍ମ ରିଲିଜ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ଚାରିଆଡେ ଚାଲିଛି । ଏଥିେ;ର ଡେବ୍ୟୁ କରିଥିବା ଜାହ୍ନବୀ କପୂରଙ୍କୁ ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି । ଏବେ ଖବର ଶୁଣିବାକୁ ମିଳୁଛି ଯେ ଖୁବ ଶୀଘ୍ର ଜାହ୍ନବୀ ବାହୁବଳୀ ନିର୍ଦ୍ଦେଶକ ରାଜା ମୌଲୀଙ୍କ ଫିଲ୍ମରେ ନଜର ଆସିବେ ।

କିଛି ରିପୋର୍ଟ ମୁତାବକ ଜାହ୍ନବୀ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ରେ ଲିଡ ରୋଲରେ ନଜର ଆସି ପାରନ୍ତି । ମାତ୍ର ଏହାର କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିନାହିଁ କି କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । କିନ୍ତୁ ଯଦି ଜାହ୍ନବୀ ଏହି ଫିଲ୍ମରେ ଅଭିନୟ କରିବେ ତେବେ ଏହା ଫ୍ୟାନ୍ସ ମାନଙ୍କ ଖୁସି ଖବର ହୋଇପାରେ ।

ଅସଲରେ କଥା ହେଲା ରାଜାମୌଲି ଦିବଙ୍ଗତା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନେଇ ‘ବାହୁବଲୀ୨’ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଥିଲେ , ମାତ୍ର କୌଣସି କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା । ଏହି କାରଣରୁ ରାଜାମୌଲି ନିଜର ସ୍ୱପ୍ନ ପୂରଣ କରିବା ଲାଗି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରି ନିଜର ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି ।

ରାଜାମୌଲିଙ୍କ ‘ଆରଆରଆର’ ବିଷୟରେ ଏଠାରେ କହିବାକୁ ଗଲେ ଜୁନିଅର ଏନଟିଆର ଏବଂ ରାମଚରଣ ତେଜା ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ଜୁନିଅର ଏନଟିଆର ଗ୍ୟାଙ୍ଗଷ୍ଟର ରୂପେ ନଜର ଆସିବେ ଏବଂ ରାମଚରଣ ପୁଲିସ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More