Only for Entertainment

‘ଧଡକ’ ପୂର୍ବରୁ ଜାହ୍ନବୀ ମା’ଙ୍କୁ ଲେଖିଲେ ଆବେଗଭରା ଚିଠି ।

Zee News
0 38

ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ଧଡକ ଆଜି ରିଲିଜ ହୋଇଛି । ବଲିଉଡ ଅନେକ କଳାକାରଙ୍କୁ ଏହି ଫିଲ୍ମ ଖୁବ ପସନ୍ଦ ଆସିଛି । ଯେପରିକି ଜାହ୍ନବୀଙ୍କର ଏହା ପ୍ରଥମ ଫିଲ୍ମ ଅଟେ, ଏହି କାରଣରୁ ତାଙ୍କୁ ସପୋର୍ଟ ନିହାତି ଆବଶ୍ୟକ । ଯେତେବେଳେ ଶ୍ରୀଦେବୀ ଥିଲେ, ସେ ସବୁବେଳେ ଜାହ୍ନବୀଙ୍କ ପାଖେ ପାଖେ ରହୁଥିଲେ, ଆଜି ଯେତେବେଳେ ଶ୍ରୀଦେବୀ ନାହାନ୍ତି ତାଙ୍କୁ ଖୁବ ମନେ ପକାଉଛନ୍ତି ଜାହ୍ନବୀ ।

ଏହି ଖାଲିପଣକୁ ଅନୁଭବ କରି ଜାହ୍ନବୀ ତାଙ୍କ ମା’ଙ୍କ ପାଇଁ ଏକ ଆବେଗଭରା ପୋଷ୍ଟ ଲେଖିଛନ୍ତି । ଏହି ପୋଷ୍ଟ ଫିଲ୍ମର ଆରମ୍ଭ ସମୟରେ ଯୋଡା ଯାଇଛି । ଆଇ ଲଭ ୟୁ ମମ, ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କର ହିଁ’ ବୋଲି ଜାହ୍ନବୀ ଲେଖିଛନ୍ତି । ଯଦିଓ ଶ୍ରୀଦେବୀ ଏଦୁନିଆରେ ନାହାନ୍ତି ମାତ୍ର ସେ ଏହି ଫିଲ୍ମର କିଛି ଅଂଶ ଉଦୟପୁରରେ ଚାଲିଥିବା ଶୁଟିଂ ସମୟରେ ଦେଖିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଜାହ୍ନବୀଙ୍କ ବିପକ୍ଷରେ ନଜର ଆସିଛନ୍ତି ଈଶାନ ଖଟ୍ଟର । ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି କରଣ ଜୋହର ଏହାକୁ ଡାଇରେକ୍ଟ କରିଛନ୍ତି ଶଶାଙ୍କ ଖେତନ । ଧଡକ ମରାଠୀ ଫିଲ୍ମ ‘ସୈରାଟ’ର ହିନ୍ଦୀ ରିମେକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More