Only for Entertainment

୮ ଜୁନରେ ରିଲିଜ ହେବ ସାମାଜିକ ଚେତନା ଉପରେ ଆଧାରିତ ପାରିବାରିକ ଫିଲ୍ମ ‘କ୍ରିନା’

zee news
0 50

ପାର୍ଥ ଫିଲ୍ମସ ଇଣ୍ଟରନ୍ୟାସନାଲ ଦ୍ୱାରା ନିର୍ମିତ ହିନ୍ଦୀ ଆକ୍ସନ ଥ୍ରୀଲର ଏବଂ ସାମାଜିକ ଫିଲ୍ମ ‘କ୍ରିନା’ ୮ ଜୁନରେ ପୁରା ଭାରତରେ ରିଲିଜ ହେବ । ଲଭଲୀନ ଫିଲ୍ମର ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହା ସହିତ ଛୁଆ ମାନେ ଫିଲ୍ମକୁ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ଫିଲ୍ମରେ ଅତ୍ୟାଧୁନିକ ଟେକନିକ୍ସର ପ୍ରୟୋଗ କରାଯାଇଛି ।

ଏହା ଏକ ଆକ୍ସନ ସାମାଜିକ ଡ୍ରାମା ଫିଲ୍ମ । ଫିଲ୍ମଟି ସମସ୍ତ ଫିଲ୍ମ ଠାରୁ ଭିନ୍ନ । ଅତ୍ୟାଧୁନିକ ଟେକନିକ୍ସର ପ୍ରୟୋଗ ଫିଲ୍ମକୁ ଆହୁରି ମଧ୍ୟ ସୁନ୍ଦର କରିଛି । ଫିଲ୍ମଟି ଦୁଇ ଆଦିବାସୀ ଗୋଷ୍ଠୀର ସରଦାରଙ୍କ ଉପରେ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶ୍ୟାମଳ କେ ମିଶ୍ରା ।

ଫିଲ୍ମରେ ଆକ୍ସନ ସହିତ ମଧୁର ସଙ୍ଗୀତ ମଧ୍ୟ କହିଛି । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀପ ସେନ । ଫିଲ୍ମରେ ଇନ୍ଦର କୁମାର, ଦୀପ ଶୀଖା, ଶାହବାଜ କାନ, ସୁଦେଶ ବେରୀ, ସୁଦ୍ଦା ଚନ୍ଦନ ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More